ମହିଳା ଓ ୨ ଶିଶୁଙ୍କ ହତ୍ୟା ଘଟଣା, କୂଅରୁ ମିଳିଲା ସ୍ବାମୀଙ୍କ ମୃତଦେହ
ମହିଳା ଓ ୨ ଶିଶୁଙ୍କ ହତ୍ୟା ଘଟଣା, କୂଅରୁ ମିଳିଲା ସ୍ବାମୀଙ୍କ ମୃତଦେହ
ବ୍ରଜରାଜନଗର,: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ମା’ ସହିତ ଦୁଇ ଶିଶୁ କନ୍ୟାଙ୍କ ମୃତଦେହ ତାଙ୍କ ଘରୁ ବୁଧବାର ସକାଳୁ ମିଳିଥିଲା। ଆଜି ତାଙ୍କ ମହିଳାଙ୍କ ସ୍ବାମୀଙ୍କ ମୃତଦେହ ଏକ କୂଅରୁ ମିଳିଛି। ପୂରା ପରିବାରକୁ ସୁଚିନ୍ତିତ ଭାବେ ହତ୍ୟା କରାଯାଇଥିବା ଏହି ଘଟଣାରୁ ଜଣାପଡ଼ୁଛି ବୋଲି ଆଲୋଚନା ହେଉଛି। ମୃତକ ହେଲେ ନାରାୟଣ ପୋଦାର (୩୫)। ଗତକାଲିଠାରୁ ତାଙ୍କର କୌଣସି ସୂଚନା ମିଳୁ ନଥିଲା। ସୂଚନା ଅନୁଯାୟୀ ପୋଦାର ପରିବାର ୬ମାସ ପୂର୍ବରୁ ସେହି ପଡାର ଅନ୍ୟତ୍ର ରହୁଥିଲେ। ନାରାୟଣ ଜଣେ ଦିନ ମଜୁରିଆ। ତାର ସାନଭାଇ କଳାକାହ୍ନୁ ମଧ୍ୟ ନିକଟରେ ରହୁଥିଲା। କଳାକାହ୍ନୁ ନିଜ ଭାଉଜ ସୋନିକୁ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିବାପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ।କଳାକାହ୍ନୁ ଗିରଫ ହୋଇ କୋର୍ଟ ଚାଲାଣ ପରେ ସେମାନେ ପୂର୍ବ ଘର ଛାଡ଼ି ଅଚ୍ୟୁତାନନ୍ଦ ସୁରିଆଙ୍କ ଭଡାଘର ୫ମାସ ହେବ ରହୁଥିଲେ। ପଡୋଶୀ ସୁରଜ ଖାଲକୋ ଙ୍କ କହିବା ଅନୁସାରେ ସେମାଙ୍କ ଭିତରେ ଭଲ ସଂପର୍କ ଥିଲା। କେବେ ଝଗଡା ହେବାର ଶୁଣିନାହାନ୍ତି। ଗତକାଲି ରାତିରେ ଲାଇନ ନଥିବାରୁ ରାତ୍ରି ୧୧ତା ପର୍ୟ୍ୟନ୍ତ ଲାଇନ ମରାମତି କରାଯାଇଥିଲା।ସେଥିରେ ନାରାୟଣ ମଧ୍ୟ ଥିଲା। କିନ୍ତୁ ସକାଳେ କ୍ଷୀର ବେଲା ଡାକିବାରୁ ସୋନି କବାଟ ଖୋଲି ନଥିଲା।ଫଳରେ କ୍ଷୀର ବେଲା ଚାଲିଯାଇଥିଲା।ସକାଳ ୮ତା ପର୍ୟ୍ୟନ୍ତ କବାଟ ବନ୍ଦ ରହିବାରୁ ସେମାନେ କବାଟ ବଡାଇ ଥିଲେ କିନ୍ତୁ କବାଟ ଖୋଲି ନଥିଲେ କିମ୍ବା କେହିଭିତରୁ କିଛି କହିନଥିଲେ।ଫଳରେ ପଡୋଶୀ ମାନେ ଘର ମାଲିକ କୁ କହିଥିଲେ।ଘର ମାଲିକ ମଧ୍ୟ ଡାକି ନିରାଶ ହେବାପରେ ସେ ବ୍ରଜରାଜନଗର ଥାନାରେ ଖବର ଦେଇଥିଲେ।ପୁଲିସ ଘଟଣା ସ୍ଥଳ ରେ ପହଞ୍ଚି କବାଟ ଠେଲି ଦେବାରୁ କବାଟ ଖୋଲି ଯାଇଥିଲା। ଘରେ ତିନିଜଣ ସୋଇଥିବା ଅବସ୍ଥାରେ ସେମାଙ୍କ ଶବ ମିଳିଥିଲା।ଘର ଭିତରେ ନାରାୟଣ ନଥିଲା। ଭାଇ ସନ୍ତୋଷ ର କହିବା ଅନୁସାରେ ଗତକାଲି ସକାଳ ୮ଟାରେ ସୋନି ଅନ୍ୟ ଜଣକ ଫୋନ ରେ ତାକୁ ଫୋନ କରିଥିଲା। ସେ ବାପା ପରଦେଶୀ ସହିତ କଥା ହେବାକୁ ଚାହିଁଥିଲା।କିନ୍ତୁ ବାପା ସେଠାରେ ନଥିବା ସନ୍ତୋଷ କହିଥିଲା। ସେ କିଛି କହିବାକୁ ଚାହିଁ ଥିଲେ ମଧ୍ୟ କହି ନପାରି ଖାଲି ବାବୁ ତୁ ଭଲ ଅଛୁ ତ ବୋଲି କହି ଫୋନ କାଟିଦେଇଥିବା ସନ୍ତୋଷ କହୁଛି।




admin 