ସିଦ୍ଧୁଙ୍କ ନେତୃତ୍ବରେ କଂଗ୍ରେସ ଜିତିପାରିବନି ୧୦ ଆସନ: ଅମରିନ୍ଦର୍‌

ସିଦ୍ଧୁଙ୍କ ନେତୃତ୍ବରେ କଂଗ୍ରେସ ଜିତିପାରିବନି ୧୦ ଆସନ: ଅମରିନ୍ଦର୍‌

ସିଦ୍ଧୁଙ୍କ ନେତୃତ୍ବରେ କଂଗ୍ରେସ ଜିତିପାରିବନି ୧୦ ଆସନ: ଅମରିନ୍ଦର୍‌

 ଚଣ୍ଡିଗଡ଼: ସିଦ୍ଧୁଙ୍କ ନେତୃତ୍ବରେ କଂଗ୍ରେସ ଜିତି ପାରିବନି ୧୦ ଆସନ। ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ବୁଧବାର ରାଜ୍ୟ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କୁ ଜୋରଦାର ଟାର୍ଗେଟ୍‌ କରି କହିଛନ୍ତି ଏମିତି କଥା। କହିଛନ୍ତି ଦେଶ ପାଇଁ ସିଦ୍ଧୁ ବିପଦ। ତାଙ୍କ ନେତୃତ୍ୱରେ କଂଗ୍ରେସ ଆଗାମୀ ବିଧାନସଭା ନିର୍ବାଚନରେ ୧୦ଟି ଆସନ ବି ଜିତିପାରିବେ ନାହିଁ। ସିଦ୍ଧୁଙ୍କ ବିପକ୍ଷରେ ଦୃଢ଼ ପ୍ରତିଦ୍ୱନ୍ଦ୍ୱୀ ଦେଇ ତାଙ୍କୁ ଜିତାଇ ଦେବି ନାହିଁ। ଅନ୍ୟ ପକ୍ଷରେ ଦଳର ହାଇକମାଣ୍ଡଙ୍କୁ ବି ସେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଗାନ୍ଧି ପରିବାର ସହ ୫୦ ବର୍ଷ ଧରି କାମ କଲି। କିନ୍ତୁ ସେମାନେ ମୋତେ ଚିହ୍ନିପାରିଲେ ନାହିଁ କିମ୍ବା ମୋ ଉପରେ ବିଶ୍ୱାସ କଲେ ନାହିଁ। ନିକଟରେ ସାମ୍ନା କରିଥିବା ସଂକଟ ସଂକ୍ରାନ୍ତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ମୁଁ କାହା ଉପରେ ରାଗି ନାହିଁ। ଦଳର ହାଇକମାଣ୍ଡଙ୍କ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି।