ମର୍ମନ୍ତୁଦ ସଡକ ଦୁର୍ଘଟଣା,୩ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା,୩ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା,୩ ମୃତ

ଭୋପାଳ : ମଧ୍ୟପ୍ରଦେଶର ଗୁନା ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଚାଲି ଯାଇଛି। ଜିଲାର ଚାଚୌଡା ଥାନା ଅନ୍ତର୍ଗତ ରାନୀ ଖେଜଡା ଗାଁ ନିକଟରେ ୪୬ ନମ୍ବର ଜାତୀୟ ରାଜପଥରେ ଏକ କାର୍‌‌ ଅନିୟନ୍ତ୍ରିତ ହୋଇ ଡିଭାଇଡରରେ ପିଟି ହେବା ଫଳରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଗାଡି ଚାଳକର ଆଖି ଲାଗି ଯିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି। 

ଆଖି ଲାଗିବା ଫଳରେ କାରଟି ଅନିୟନ୍ତ୍ରିତ ହୋଇ ଡିଭାଇଡର ସହ ପିଟି ହୋଇଥିଲା। ଖବର ପାଇବା ମାତ୍ରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି। ଏହି କାରଟି ଧାର ଜିଲାର ଦେପାଲପୁରରୁ ବରେଲୀ ଯାଉଥିଲା। ଏହି ସମୟରେ ଚାଚୌଡା ଥାନା ଅନ୍ତର୍ଗତ ରାନୀ ଖେଜଡା ଗାଁ ନିକଟରେ ଗାଡି ଚାଳକର ଆଖି ଲାଗି ଯାଇଥିଲା। ଫଳରେ କାରଟି ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।