ଧୂମପାନ ନ କଲେ ଅତିରିକ୍ତ ୬ ଦିନ ଛୁଟି

ଧୂମପାନ ନ କଲେ ଅତିରିକ୍ତ ୬ ଦିନ ଛୁଟି

ଧୂମପାନ ନ କଲେ ଅତିରିକ୍ତ ୬ ଦିନ ଛୁଟି
ଧୂମପାନ କରୁନଥିବା କର୍ମଚାରୀଙ୍କୁ ଜାପାନୀର ଏକ କମ୍ପାନୀ ଅତିରିକ୍ତ ୬ ଦିନ ଛୁଟି ଦେଉଛି । ଟୋକିଓ ସ୍ଥିତ ମାର୍କେଟିଂ କମ୍ପାନୀ ପିୟାଲା ଇଙ୍କ.ଏହି ନିୟମ ଆରମ୍ଭ କରିଛି । ଧୂମପାନ କରିବା ପାଇଁ ଲୋକେ ନେଉଥିବା ବିରତି କମ୍ପାନୀର ଉପôାଦପ କ୍ଷମତା ଉପରେ ପ୍ରଭାବ ପକାଉଛି ବୋଲି ଜଣେ କର୍ମଚାରୀ ଅଭିଯୋଗ କରିବା ପରେ କମ୍ପାନୀ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଅଟ୍ଟାଳିକାର ୨୯ତମ ମହଲରେ କମ୍ପାନୀର ଅଫିସ ଥିବା ବେଳେ ଧୂମପାନ କରୁଥିବା କର୍ମଚାରୀଙ୍କୁ ତଳକୁ ଆସିବାକୁ ପଡ଼ୁଛି । ଏଥିପାଇଁ କର୍ମଚାରୀଙ୍କର ୧୫ ମିନିଟ ସମୟ ନଷ୍ଟ ହେଉଛି । ଫଳରେ ଧୂମପାନ କରୁନଥିବା କର୍ମଚାରୀ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଏ ନେଇ ଅଭିଯୋଗ ଶୁଣିବା ପରେ ଧୂମପାନ କରୁନଥିବା କର୍ମଚାରୀଙ୍କୁ କ୍ଷତିପୂରଣ ବାବଦ ଅତିରିକ୍ତ ୬ ଦିନ ଛୁଟି ଦେବାକୁ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତାକାଓ ଅସୁକା ନିଷ୍ପତ୍ତି ନେଇଛନ୍ତି । ଧୂମପାନ ବିରତି ସମସ୍ୟା ସୃଷ୍ଟି କରୁଛି ବୋଲି ଚଳିତ ବର୍ଷ ଆରମ୍ଭରେ କମ୍ପାନୀର ଜଣେ କର୍ମଚାରୀ ଅଭିଯୋଗ ପ୍ରସ୍ତାବ ବାକ୍ସରେ ଲେଖି ପକାଇଥିଲେ । ତା ପରଠୁ ଏ ନେଇ ବିଚାର ଚାଲିଥିଲା । ଏବେ ନୂଆ ନିୟମ ଧୂମପାନ କରୁଥିବା କର୍ମଚାରୀଙ୍କୁ ଧୂମପାନ ଛାଡ଼ିବାକୁ ପ୍ରୋତ୍ସାହିତ କରିବ ବୋଲି କମ୍ପାନୀ ଆଶା କରୁଥିବା ତାକାଓ କହିଛନ୍ତି ।