‘ବିକ୍ରମ’କୁ ପାଇଲାନି ନାସା

‘ବିକ୍ରମ’କୁ ପାଇଲାନି ନାସା

‘ବିକ୍ରମ’କୁ ପାଇଲାନି ନାସା
ନୂଆଦିଲ୍ଲୀ: ଚନ୍ଦ୍ର ପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଥିବା ‘ବିକ୍ରମ’କୁ ପାଇଲାନି ନାସା । ଚନ୍ଦ୍ରରେ ରାତି ଆରମ୍ଭ ହେବା ପୂର୍ବରୁ ‘ବିକ୍ରମ’ର ସନ୍ଧାନ ନେଇ ନାସାର ଶେଷ ଚେଷ୍ଟା ଫେଲ ମାରିଛି । ନାସାର ହାଇ ରିଜୋଲୁ୍ୟସନ କ୍ୟାମେରା ‘ବିକ୍ରମ’କୁ ଠାବ କରିପାରିନାହିଁ । ଚନ୍ଦ୍ରପୃଷ୍ଠରୁ ୧୫୦ କିମି ଉଚ୍ଚରୁ ନାସା ଫଟୋ ନେଇଥିଲେ ବି ‘ବିକ୍ରମ’କୁ ଠାବ କରିପାରିନାହିଁ । ତେବେ ଚନ୍ଦ୍ରରେ ରାତି ହୋଇଆସୁଥିବାରୁ ଛାଇରେ ‘ବିକ୍ରମ’ ଦିଶୁନଥିବା ଅନୁମାନ କରାଯାଉଛି । ଚନ୍ଦ୍ରରୁ ରାତି ପାହିଲେ ୧୪ ଦିନ ପରେ ନାସା ପୁଣି ଥରେ ‘ବିକ୍ରମ’ର ସନ୍ଧାନ କରିବ ବୋଲି ଜଣାଯାଇଛି ।