ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୧୧ ଜୀବନ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୧୧ ଜୀବନ

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୧୧ ଜୀବନ

ଢାକା: ବାଂଲାଦେଶରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ମିନି ବସକୁ ଧକ୍କା ଦେଲା ଟ୍ରେନ । ଦୁର୍ଘଟଣାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି ।

ସୂଚନାନୁସାରେ,ବାଂଲାଦେଶର ଚଟ୍ଟଗ୍ରାମ ଜିଲ୍ଲାରେ ଥିବା ରେଳ କ୍ରସିଙ୍ଗ୍‌ରେ ଏକ ମିନି ବସ ରେଳଧାରଣା ପାର ହେଉଥିବା ବେଳେ ଟ୍ରେନ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି । ଆହତକୁ ଉଦ୍ଧାର କରାଯାଇ ଆହତମାନଙ୍କୁ ଚଟ୍ଟଗ୍ରାମ ମେଡିକାଲ୍‌ କଲେଜ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ ବ୍ୟକ୍ତିଙ୍କ ବୟସ ୧୧ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ନେଇ ସୂଚନା ରହିଛି ।ତେବେ ଦୁର୍ଘଟଣା ସମୟରେ ରେଳ ଫାଟକ ଖୋଲାଥିବା ନେଇ ଅଭିଯୋଗ ହୋଇଥିଲା । ସେହି ସମୟରେ ଫାଟକ ନିକଟରେ କେହି ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ କି ନାହିଁ ସେ ବିଷୟରେ କୌଣସି ସୂଚନା ଦିଆଯାଇନାହିଁ । ଖବରପାଇ ବାଂଲାଦେଶ ଷ୍ଟେସନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।