ସକାଳୁ ପିଅନ୍ତୁ ଏହିୁ ଜୁସ, ରହିବେ ଫିଟ୍
ସକାଳୁ ପିଅନ୍ତୁ ଏହିୁ ଜୁସ, ରହିବେ ଫିଟ୍
ଭୁବନେଶ୍ୱର: କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଓ ଦାୟିତ୍ୱର ଚାପରେ ଆମ ଜୀବନଶୈଳୀ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ଯେଉଁ କାରଣ ଯୋଗୁଁ ଆମେ ଆମ ଶରୀରର ସୁସ୍ଥତା ଉପରେ ଧ୍ୟାନ ରଖିବା ଓ ଫିଟ ରହିବା ଏକ ରକମ ଭୁଲି ଯାଇଛେ । ତେଣୁ କର୍ମବ୍ୟସ୍ତତା ମଧ୍ୟରେ ନିଜକୁ ଟାଇମ ଦେବା ନିତ୍ୟାନ୍ତ ଆବଶ୍ୟକ । ନଚେତ ଆମେ ଡ଼ିପ୍ରେସନର ଶିକାର ମଧ୍ୟ ହେବା ସହିତ ଅସୁସ୍ଥ ହୋଇପଡ଼ିବା । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ସକାଳେ ଅଧାକପ୍ ତରଭୁଜ ଜୁସ୍ ପିଇଲେ ଆମ ଶରୀରକୁ ମିଳିଥାଏ ଅନେକ ଲାଭ । ତରଭୁଜରେ ଓମେଗା ୩ ଏସିଡ୍ ପ୍ରଚୁର ପରିମାଣରେ ଭରି ରହିଥାଏ ।
- ତରଭୁଜ ଏସିଡିଟି ସମସ୍ୟାରୁ ମୁକ୍ତି ଦେବା ସହିତ ପାଚନ ପ୍ରକ୍ରିୟା ନିୟନ୍ତ୍ରଣ କରେ ।
- ଏହି ଜୁସ୍କୁ ନିୟମିତ ପିଇଲେ ହାର୍ଟ ଆଟାକରୁ ମୁକ୍ତି ମିଳେ ।
- ଏଥିରେ ଥିବା ଭିଟାମିନ ଏ ଓ ସି ଶରୀରକୁ ସୁସ୍ଥ ରଖେ ।
- ଏଥିରେ ଥିବା ଭିଟାମିନ ଏ ଆଖି ପାଇଁ ହୋଇଥାଏ ଲାଭଦାୟକ ।
- ମଧୁମେହ ରୋଗ ପାଇଁ ଏହାମହୋଷଧୀ ସଦୃଶ କାର୍ଯ୍ୟ କରେ ।
- ଏଥିରେ ୩ରୁ ୬ ପ୍ରତିଶତ ପ୍ରୋଟିନ ରହିଥାଏ । ଏହା ମାଂସପେଶୀ ନିର୍ମାଣରେ ସହାୟତା କରେ ।
- ତରଭୁଜ ଜୁସ୍ ମେଦବହୁଳତା କମାଇବାରେ ସାହାଯ୍ୟ କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି ।




admin 