ମନୀଷ ମୃତ୍ୟୁ ମାମଲା, ଗିରଫ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ୍‌ ଟେଷ୍ଟ

ମନୀଷ ମୃତ୍ୟୁ ମାମଲା, ଗିରଫ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ୍‌ ଟେଷ୍ଟ

ମନୀଷ ମୃତ୍ୟୁ ମାମଲା, ଗିରଫ ଅଭିଯୁକ୍ତଙ୍କ ଲାଏ ଡିଟେକ୍ସନ୍‌ ଟେଷ୍ଟ

ଭୁବନେଶ୍ୱର: ମନୀଷ ଅନୁରାଗ ମୃତୁ୍ୟ ମାମଲାକୁ ନେଇ ଏବେ ବି ଅନେକ ରହସ୍ୟ ଲୁକ୍କାୟିତ ଅଭାବରେ ରହିଛି। ସତ୍ୟ ଉନ୍ମୋଚନ କରିବାକୁ ପୁଲିସ ଆଜି ମନୀଷ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ତିନି ଅଭିଯୁକ୍ତ ଅମ୍ରିତ, ଦିନେଶ, ମୃତୁ୍ୟଞ୍ଜୟ ଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରୁଛି। ଭୁବନେଶ୍ୱର ଷ୍ଟେଟ ଫୋରେନ୍ସିକ୍ ଲ୍ୟାବରେ ଏହି ଟେଷ୍ଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଟେଷ୍ଟରେ ସମସ୍ତଙ୍କୁ ଭିନ୍ନ ଭିନ୍ନ ପ୍ରଶ୍ନ ପଚାରାଯିବ । ଏହି ଟେଷ୍ଟ ପରେ ଘଟଣାର ସତ୍ୟତା କେତେକାଂଶରେ ସାମ୍ନାକୁ ଆସିବ ବୋଲି କୁହାଯାଉଛି ।

 

ସୂଚନାଥାଉକି ମନୀଷ ସାଙ୍ଗମାନଙ୍କ ସହ ଭୋଜି କରିବାକୁ ଯାଇଥିଲେ । ଏହାପରେ ସେ ହୋଟେଲ ସାଉଥସିଟିକୁ ଯାଇଥିଲେ । ସେଠାରେ ବିଲ୍ ପେମେଣ୍ଟକୁ ନେଇ ବଚସା ହୋଇଥିବା ସୂଚନା ମିଳିଥିଲା ।  କିନ୍ତୁ ମନୀଷ ରାତି ଅଧରେ ଏକୁଟିଆ ହୋଟେଲ ଭିତରୁ ବାହାରି ଯାଉଥିବା ସିସିଟିଭି ଫୁଟେଜରେ କଏଦ ହୋଇଥିଲା ଓ ଏହାପରେ ମନୀଷ ଘର ଲୋକଙ୍କୁ ଫୋନ କରି ଟଙ୍କା ମାଗିଥିଲେ । ପରଦିନ ପାତ୍ରପଡାର ଏକ ପୋଖରୀରୁ ମନୀଷଙ୍କ ମୃତ ଦେହ ମିଳିଥିଲା । ତେବେ ଏହି ଘଟଣାରେ ଦୁଇ ଜଣ ଆତ୍ମସମର୍ପଣ କରିଥିବାବେଳେ ଅନ୍ୟମାନଙ୍କୁ ପୋଲିସ୍ ଗିରଫ କରିଥିଲା ।