୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

ସମ୍ବଲପୁର: ମମିତା ମେହେର ହତ୍ୟା ଘଟଣାର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଫଳରେ ସମ୍ବଲପୁର ସମେତ ଜିଲ୍ଲାର ବିଭିନ୍ନ ଅଂଚଳର ଦୋକାନ ବଜାର, କାର୍ୟ୍ୟାଳୟ ଆଦି ବନ୍ଦ ରହିଛି। ବସ ଚଳାଚଳ ବନ୍ଦ ରହିଛି କ୍ଷ ଜିଲ୍ଲା ଓକିଲ ସଙ୍ଘ ଆନ୍ଦୋଳନକୁ ସମର୍ଥନ କରୁଥିବାରୁ ଓକିଲମାନେ କୋର୍ଟ ଯାଇନାହାନ୍ତି। କୋର୍ଟ କଚେରିବି ବନ୍ଦ ରହିଛି।ତେବେ ବନ୍ଦରୁ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ଛାଡ଼ କରାଯାଇଛି। ଅତ୍ୟାବଶ୍ୟକୀୟ ସେବାରେ ଯାଉଥିବା ଗାଡ଼ି ଓ ଲୋକମାନଙ୍କୁ ଏଥିରୁ ଛାଡ଼ ଦିଆଯାଇଛି। ବସ୍ର ପ୍ରଭାବ ସକାଳୁ ସମ୍ବଲପୁର ସହରର ଗୋଲବଜାର ଛକ, ଲକ୍ଷ୍ମୀଟକିଜ୍ ଛକ, ସାକ୍ଷୀପଡ଼ା, ବୁଢ଼ାରାଜା, ଅଇଁଠାପାଲି ଛକ, ବୁର୍ଲା ଆଦି ଅଞ୍ଚଳରେ ଦେଖିବାକୁ ମିଳିଛି। ବନ୍ଦକୁ ଲୋକଙ୍କ ସମର୍ଥନ ରହିଥିବା ଦେଖିବାକୁ ମିଳିଛି। ରିପୋର୍ଟ ଲେଖାହେବା ପର୍ୟ୍ୟନ୍ତ କୌଣସି ଅପ୍ରୀତିକର ଖବର ଦେଖିବାକୁ ମିଳିନି। ବିଜେପିର କର୍ମୀମାନେ ଖୋଲାଥିବା ଦୋକାନ ବନ୍ଦକରିବାକୁ ଲୋକଙ୍କୁ ଅନୁରୋଧ କରୁଛନ୍ତି। ସେହିପରି ଅଫିସ୍ ନଖୋଲିବାକୁ ପିକେଟିଂ କରୁଛନ୍ତି।