ମଦ ପାଇଁ ମା’ର ମୁଣ୍ଡ କାଟିଲା ପୁଅ

ମଦ ପାଇଁ ମା’ର ମୁଣ୍ଡ କାଟିଲା ପୁଅ

ମଦ ପାଇଁ ମା’ର ମୁଣ୍ଡ କାଟିଲା ପୁଅ
ତେଲେଙ୍ଗାନା : ମଦ ପାଇଁ ଜଣେ ପୁଅ ନିଜ ଜନ୍ମିତ ମା’ର ମୁଣ୍ଡ କାଟି ଦେଇଥିବାର ସୂଚନା ରହିଛି । କ୍ରୂରତା ସୀମା ପାର କରୁଥିବା ଏହି ଘଟଣା ତେଲେଙ୍ଗାନାଠାରେ ଘଟିଥିବାର ସୂଚନା ରହିଛି । ମଦ ପାଇଁ ମା’କୁ ପଇସା ମାଗିଥିଲା ପୁଅ । ମା’ ପଇସା ନ ଦେବାରୁ ପୁଅଟି ଅସୁର ରୂପ ଧାରଣ କରି ମା’ର ବେକ କାଟି ଦେଇଥିବାବେଳେ ମା’ର ମୁଣ୍ଡକୁ ନେଇ ଫେରାର ହୋଇଯାଇଥିଲା । ପୋଲିସ୍‌ ସୂଚନା ଅନୁସାରେ ମୃତକା ଜଣକ ୬୫ ବର୍ଷୀୟ ହୋଇଥିବାବେଳେ ତେଲେଙ୍ଗାନାର ନାଗରକୁର୍ନଲ୍‌ ଜିଲ୍ଲାର ଏକ ଗ୍ରାମରେ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ୪୫ ବର୍ଷୀୟଅଭିଯୁକ୍ତ ଜଣକୁ ଏକ ଟ୍ୟାଙ୍କି ନିକଟରୁ ପୋଲିସ୍‌ ଧରିଥିବାବେଳେ କଟାମୁଣ୍ଡ ମଧ୍ୟ ଉଦ୍ଧାର କରିଛି । ଅଭିଯୁକ୍ତଙ୍କ ବଡ ଭାଇଙ୍କ ଅଭିଯୋଗକ୍ରମେ ପୋଲିସ ମାମଲା ରୁଜୁ କରିଛି ।