ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା : ଇସ୍ତଫା ଦେଲେ ବିଧାୟକ ରାହୁଲ୍‌ ସିଂ

ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା : ଇସ୍ତଫା ଦେଲେ ବିଧାୟକ ରାହୁଲ୍‌ ସିଂ

ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟ୍‌କା :  ଇସ୍ତଫା ଦେଲେ ବିଧାୟକ ରାହୁଲ୍‌ ସିଂ
ଭୋପାଳ : ମଧ୍ୟପ୍ରଦେଶରେ ଉପନିର୍ବାଚନ ହେବା ପୂର୍ବରୁ କଂଗ୍ରେସକୁ ଆଉ ଏକ ଝଟ୍‌କା ଲାଗିଛି । କଂଗ୍ରେସର ଆଉ ଏକ ବିଧାୟକ ଉପନିର୍ବାଚନ ପୂର୍ବରୁ ବିଧାନସଭା ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ଦମୋହର କଂଗ୍ରେସ ବିଧାୟକ ରାହୁଲ୍‌ ସିଂ ରବିବାର ଦିନ କାର୍ୟ୍ୟକାରୀ ବାଚସ୍ପତି ରାମେଶ୍ବର ଶର୍ମାଙ୍କ ସହ ସାକ୍ଷାତ କରି ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଦୁଇ ଦିନ ପୂର୍ବରୁ ରାହୁଲ୍‌ ଅସ୍ଥାୟୀ ବାଚସ୍ପତି ରାମେଶ୍ବର ଶର୍ମାଙ୍କୁ ସାକ୍ଷାତ କରି ନିଜ ପଦବୀର ଇସ୍ତଫା ଦେବା ନେଇ ନିଷ୍ପତ୍ତି ନେଇଥିବାର ସୂଚନା ଦେଇଛନ୍ତି ରାମେଶ୍ବର ଶର୍ମା । ରାହୁଲ୍‌ ସିଂଙ୍କ ଇସ୍ତଫା ପରେ ମଧ୍ୟପ୍ରଦେଶ ବିଧାନସଭାରେ ଆଉ ଏକ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ରାହୁଲ୍‌ ସିଂ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ ମାତ୍ର ଦେଢ ବର୍ଷ ପରେ ରବିବାର ଦିନ ସେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ କଂଗ୍ରେସର ୨୫ ବିଧାୟକ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟିରେ ସାମିଲ୍‌ ହୋଇଛନ୍ତି । ଆସନ୍ତା ନଭେମ୍ବର ୩ ତାରିଖରେ ମଧ୍ୟପ୍ରଦେଶରେ ୨୮ ଟି ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ ।