ସ୍କୁଲରେ ପଶି ଆତଙ୍କୀଙ୍କ ଆଖିବୁଜା ଗୁଳି ଚାଳନା : ୮ ମୃତ

ସ୍କୁଲରେ ପଶି ଆତଙ୍କୀଙ୍କ ଆଖିବୁଜା ଗୁଳି ଚାଳନା : ୮ ମୃତ

ସ୍କୁଲରେ ପଶି ଆତଙ୍କୀଙ୍କ ଆଖିବୁଜା ଗୁଳି ଚାଳନା : ୮ ମୃତ
ନୂଆଦିଲ୍ଳୀ : ଆଫ୍ରିକୀୟ ଦେଶ କ୍ୟାମରୁନ୍‌ର ଏକ ସ୍କୁଲରେ ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳି ଚାଳନା ଯୋଗୁଁ ଅତି କମ୍‌ରେ ୮ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ୧୨ରୁ ଅଧିକ ପିଲା ଆହତ ହୋଇଛନ୍ତି । ମୃତ୍ୟୁବରଣ କରିଥିବା ପିଲାଙ୍କ ବୟସ ୯ ବର୍ଷରୁ ୧୨ ବର୍ଷ ମଧ୍ୟରେ ହୋଇଥିବାର ସୂଚନା ରହିଛି । କ୍ୟାମେରୁନର ରାଷ୍ଟ୍ରପତି ମୌସା ଫକୀ ମହାନତ ଏହି ଘଟଣାରେ ଦୁଃଖ ପ୍ରକାଶ କରି ଟୁଇଟ୍‌ କରିଛନ୍ତି । ପିଲାମାନେ ପାଠ ପଢୁଥିବାବେଳେ ଆତଙ୍କୀମାନେ ଆଖିବୁଜା ଗୁଳି କରିଥିଲେ । ତେବେ ଏହି ଘଟଣାକୁ ନେଇ କୌଣସି ଆତଙ୍କବାଦୀ ସମୂହ ଉତ୍ତରଦାୟୀ କରିନାହାନ୍ତି । ଆତଙ୍କବାଦୀମାନେ କ୍ଲାସ୍‌ରୁମ୍‌ରେ ପିଲାମାନଙ୍କୁ ଦେଖି ଗୁଳି ଚଳାଇବାବେଳେ କିଛି ପିଲା ଖିଡ୍‌କୀରୁ ତଳକୁ ଡେଇଁ ପଡିବା ଯୋଗୁଁ ଆହତ ମଧ୍ୟ ହୋଇଛନ୍ତି । ଏହି ଘଟଣା ପରେ ଘଟଣାସ୍ଥଲରେ ପୋଲିସ୍‌ ଓ ଆତଙ୍କବାଦୀ ମଧ୍ୟରେ ସଂଘର୍ଷ ମଧ୍ୟ ଜାରି ରହିଥିଲା ।