ଭେଡ଼ିୟା’ର ପ୍ରମୋସନରେ ବ୍ୟସ୍ତ କ୍ରିତି ସାନନ୍

ଭେଡ଼ିୟା’ର ପ୍ରମୋସନରେ ବ୍ୟସ୍ତ କ୍ରିତି ସାନନ୍

ଭେଡ଼ିୟା’ର ପ୍ରମୋସନରେ ବ୍ୟସ୍ତ କ୍ରିତି ସାନନ୍

ଅମର କୌଶଲଙ୍କ ଅପକମିଙ୍ଗ ଫିଲ୍ମ ‘ଭେଡ଼ିୟା’ର ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହେଉଛନ୍ତି ଅଭିନେତ୍ରୀ କି୍ରତି ସାନନ୍ । ଏଥିରେ ସେ ଡ଼ାକ୍ତର ଭୂମିକା ନିର୍ବାହ କରିଛନ୍ତି । ଫିଲ୍ମରେ ତାଙ୍କ ସହ ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରିଛନ୍ତି ବରୁଣ ଧୱନ । ‘ଭେଡ଼ିୟା’ର ପ୍ରମୋସନରେ କ୍ରିତି ଏବେ ବ୍ୟସ୍ତ । ଫିଲ୍ମର ଏକ ଗୀତ ‘ଠୁମକେଶ୍ୱରୀ’ର ରିଲିଜ ପରେ ଦର୍ଶକ କ୍ରିତିଙ୍କୁ ଠୁମକେଶ୍ୱରୀ ନାମରେ ସମ୍ବୋଧନ କରିବା ଆରମ୍ଭ କରିଛନ୍ତି । ତେବେ କ୍ରିତି କିନ୍ତୁ ସେଥିରୁ ଏପର୍ଯ୍ୟନ୍ତ ବାହାରି ନାହାନ୍ତି । ଗତକାଲି ସେ ଦୁଇଟି ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଯେଉଁଥିରେ ତାଙ୍କୁ ଇଣ୍ଡିଆନ ଆଇଡ଼ଲ ସେଟରେ ଦେଖିବାକୁ ମିଳିଥିଲା । ଫଟୋ ସହ କ୍ୟାପସନରେ ଲେଖିଥିଲେ ‘ଠୁମକେଶ୍ୱରୀ ଶାଢ଼ି ମସ୍ତି’ ।

ନିକଟରେ ବରୁଣ ଓ କ୍ରିତିଙ୍କ ଫିଲ୍ମର ଆଉଏକ ଗୀତ ‘ଅପନା ବନା ଲେ’ ରିଲିଜ ହୋଇଥିଲା । ଗୀତଟିକୁ ଗାଇଛନ୍ତି ଅରିଜିତ ସିଂହ । ଏଇଟି ତାମିଲ ଓ ତେଲୁଗୁରେ ମଧ୍ୟ ମୁକ୍ତିଲାଭ କରିଛି । ହାଇଦ୍ରାବାଦରେ ଫିଲ୍ମର ପ୍ରମୋସନ ପୂର୍ବରୁ ଉଭୟ କ୍ରିତି ଓ ବରୁଣ ଗୀତର ତାମିଲ ଓ ତେଲଗୁ ସଂସ୍କରଣକୁ ଶିଖିବାକୁ ଚେଷ୍ଟା କରିଛନ୍ତି । ‘ଭେଡ଼ିୟା’ର ପ୍ରମୋସନ ସମୟର ଉଭୟ ବେଶ ମଜାଦର ଅନୁଭୂତି ଶେୟାର କରୁଛନ୍ତି । ଉଭୟଙ୍କ କେମେଷ୍ଟି୍ରକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ଥିଏଟରରେ ଫିଲ୍ମ ଦେଖିବାକୁ ଚାତକ ପରି ଚାହିଁଛନ୍ତି ଫ୍ୟାନ । ଦିନେଶ ଭିଜନଙ୍କ ପ୍ରଯୋଜନାରେ ନିର୍ମିତ ‘ଭେଡ଼ିୟା’ ଆସନ୍ତା ୨୫ ତାରିଖରେ ମୁକ୍ତିଲାଭ କରିବ ।