ଆଜି ବିଶ୍ୱ ବିଜ୍ଞାନ ଦିବସ
ଆଜି ବିଶ୍ୱ ବିଜ୍ଞାନ ଦିବସ
ହଙ୍ଗେରୀ ରାଜଧାନୀ ବୁଦାପେଷ୍ଟରେ ଆନ୍ତର୍ଜାତିକ ବିଜ୍ଞାନ ସମ୍ମିଳନୀ ୧୯୯୯ ମସିହା ନଭେମ୍ବର ୧୦ରେ ଆୟୋଜିତ ହୋଇଥିଲା । ବିଜ୍ଞାନର ଉପଯୋଗ ବିଷୟରେ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିଲା । ପରେ ୟୁନେସ୍କୋ ସମଗ୍ର ବିଶ୍ୱବାସୀଙ୍କୁ ବିଜ୍ଞାନର ଅଗ୍ରଗତି ବିଷୟରେ ଜଣାଇବା ପାଇଁ ନଭେମ୍ବର ୧୦କୁ ‘ବିଶ୍ୱ ବିଜ୍ଞାନ ଦିବସ’ ଭାବେ ପାଳନ କରିବାକୁ ଘୋଷଣା କଲା । ଦୈନନ୍ଦିନ ଜୀବନରେ ବିଜ୍ଞାନର ଗୁରୁତ୍ୱପୂର୍ଣ୍ଣତା ବିଷୟରେ ସମସ୍ତେ ଜାଣିବାକୁ ଏହି ଦିବସ ପାଳନ କରାଯାଉଛି । ଲୋକମାନଙ୍କୁ ବିଜ୍ଞାନ ଭିତ୍ତିକ ଗବେଷଣା, ଆବିଷ୍କାର ବିଷୟରେ ଆଲୋଚନା କରିବାକୁ ମଧ୍ୟ ଏହି ଦିବସ ଆୟୋଜନ କରାଯାଇଥାଏ ।




admin 