ଭୂମିକମ୍ପ ପରେ ଜାରି ହେଲା ସୁନାମି ଆଲର୍ଟ!

ଭୂମିକମ୍ପ ପରେ ଜାରି ହେଲା ସୁନାମି ଆଲର୍ଟ!

ଭୂମିକମ୍ପ ପରେ ଜାରି ହେଲା ସୁନାମି ଆଲର୍ଟ!

ଜାକାର: ଇଷ୍ଟର୍ଣ୍ଣ ଇଣ୍ଡୋନେସିଆରେ ଭୂମିକମ୍ପ ପରେ ଜାରି ହୋଇଛି ସୁନାମି ଆଲର୍ଟ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ରହିଥିବା ଜଣାପଡ଼ିଛି। ତେଣୁ ବ୍ୟାପକ କ୍ଷୟକ୍ଷତିର ଆଶଙ୍କା ପ୍ରକାଶ ପାଇଛି। ସେହିପରି ଭୂକମ୍ପ ଝଟକା ପରେ ଭୟଙ୍କର ସୁନାମି ଆସିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ଆମେରିକା ଜିଓଲୋଜିକାଲ ସର୍ଭେ(ୟୁଏସ୍ଜିସି) କହିଛି ଯେ ମାଉମେରେ ସହରର ଉତ୍ତର ଦିଗଠାରୁ ୧୦୦ କିମି ଦୂର ହେଉଛି ଭୂକମ୍ପର କେନ୍ଦ୍ରସ୍ଥଳ। ଭୂପୃଷ୍ଠରୁ ଭୂକମ୍ପର ଗଭୀରତା ୧୮.୫ କିମି। ଫ୍ଲୋରେସ ସମୁଦ୍ରରେ ସ୍ଥାନୀୟ ସମୟ ୧୦.୨୦ରେ ଏହା ଘଟିଛି। ତେଣୁ ଫ୍ଲୋରେସ ଦ୍ୱୀପ ପାଇଁ ଅଧିକ ବିପଦ ସୃଷ୍ଟି ହୋଇଛି।

ଫ୍ୟାସିଫିକ ସୁନାମି ୱାର୍ଣ୍ଣିଂ ସେଣ୍ଟର କହିଛି, ଭୂକମ୍ପର କେନ୍ଦ୍ର ସ୍ଥଳ ଠାରୁ ଉପକୂଳରେ ଥିବା ୧୦୦୦ କିମି ଅଞ୍ଚଳ ଯାଏ ବଡ଼ବଡ଼ ଢେଉ ମାଡ଼ି ଆସିବାର ଆଶଙ୍କା ରହିଛି। ତେଣୁ କେନ୍ଦ୍ର ପକ୍ଷରୁ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଭୂକମ୍ପ ଝଟକାରେ କ’ଣ କ୍ଷୟକ୍ଷତି ହୋଇଛି, ସେକଥା ଜଣାପଡ଼ିନି। କିନ୍ତୁ ସୁନାମି ଓ ଭୂସ୍ଖଳନ ବ୍ୟାପକ କ୍ଷୟକ୍ଷତି ଘଟାଇବାର ସମ୍ଭାବନା ରହିଛି। ପୂର୍ବରୁ ମଧ୍ୟ ଇଣ୍ଡୋନେସିଆରେ ଏପରି ବଡ଼ଧରରଣ ଭୂକମ୍ପ ଝଟକା ପରେ ସୁନାମି ଆସି ପ୍ରଳୟ ରଚିଥିଲା। ତେଣୁ ଲୋକମାନେ ଏହି ଖବର ପାଇବା ପରେ ଆତଙ୍କିତ ହୋଇପଡ଼ିଛନ୍ତି।