ଦେଶରେ ୨୪ ଘଣ୍ଟାରେ ୫,୭୮୪ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୫,୭୮୪ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୫,୭୮୪ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଉପର ଗତ ୨୪ଘଣ୍ଟାରେ  ୫ହଜାର ୭୮୪କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସାପ୍ତାହିକ ପଜିଟିଭ୍ ହାର ୦.୭୧ ପ୍ରତିଶତରୁ କମ୍ ରହିଛି। ଦୈନିକ ପଜିଟିଭ୍ ହାର ୦.୬୪ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୮୮ହଜାର ୯୯୩ ରହିଛି । ସକ୍ରିୟ ମାମଲା ୦.୨୬ ପ୍ରତିଶତରେ ପହଞ୍ଚିଛି ।

ବର୍ତ୍ତମାନ ସୁଦ୍ଧା ୧୩୩କୋଟି ୮୮ଲକ୍ଷ ୧୨ହଜାର ୫୭୭ ଜଣଙ୍କୁ ଟିକାଦାନ ସରିଛି । ସେହିପରି ଆଜି ୭ହଜାର ୯୯୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୩୭ ପ୍ରତିଶତ ରହିଛି । ବଢୁଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବୃଦ୍ଧି ପାଉଛି ।