ବିକ୍ରମକୁ ଠାବ କରିବା ପାଇଁ "ଇସ୍ରୋ'ର ଶେଷ ପ୍ରୟାସ

ବିକ୍ରମକୁ ଠାବ କରିବା ପାଇଁ "ଇସ୍ରୋ'ର ଶେଷ ପ୍ରୟାସ

ବିକ୍ରମକୁ ଠାବ କରିବା ପାଇଁ "ଇସ୍ରୋ'ର ଶେଷ ପ୍ରୟାସ
ନୂଆଦିଲ୍ଲୀ : "ଚନ୍ଦ୍ରଯାନ-୨'ର ଲ୍ୟାଣ୍ଡର ବିକ୍ରମକୁ ଠାବ କରିବାର ଶେଷ ସୁଯୋଗ ହାତଛଡ଼ା ନ କରିବାକୁ "ଇସ୍ରୋ'ର ବୈଜ୍ଞାନିକମାନେ ସମସ୍ତ ପ୍ରୟାସ ଜାରି ରଖିଛନ୍ତି । ବୈଜ୍ଞାନିକମାନଙ୍କ ହାତରେ ଏବେ ଆଉ ମାତ୍ର ୨୪ ଘଣ୍ଟା ବାକି ଅଛି । ଏହି ୨୪ ଘଣ୍ଟା ମଧ୍ୟରେ ବିକ୍ରମକୁ ଠାବ ନ କରିପାରିଲେ ବିକ୍ରମ ସହ ଆଉ କେବେ ବି ଯୋଗାଯୋଗ ସମ୍ଭବ ହୋଇ ପାରିବନାହିଁ । ସୂଚନାଯୋଗ୍ୟ, ସେପ୍ଟମ୍ବର ୭ ତାରିଖରେ ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା । ଏହା ପରଠାରୁ ବିକ୍ରମ ସହ ଯୋଗାଯୋଗ ପାଇଁ "ଇସ୍ରୋ' ବୈଜ୍ଞାନିକମାନେ ନିରବଛିନ୍ନ ଉଦ୍ୟମ କରିଆସୁଛନ୍ତି । ସେପ୍ଟେମ୍ବର ୭ରୁ ୨୧ ଯାଏ ଚନ୍ଦ୍ରରେ "ଲୁନାର୍ ଡେ' ସମୟ ଥାଏ । ଏହି ସମୟରେ ଚନ୍ଦ୍ରରେ ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ ପଡ଼ିଥାଏ ଏବଂ ଆଲୋକର ଉପସ୍ଥିତି ଯୋଗୁଁ ବିକ୍ରମ ସହ ଯୋଗାଯୋଗ କରିବା ସମ୍ଭାବନା ରହିଛି, ଯାହା ଆସନ୍ତାକାଲିଠାରୁ ଆଉ ସମ୍ଭବ ହେବ ନାହିଁ । ସେପ୍ଟେମ୍ବର ୨୧ ତାରିଖ ପରେ ଚନ୍ଦ୍ରରେ ରାତ୍ରୀ ଆରମ୍ଭ ହୋଇଯିବ । ଏହି ସମୟରେ ଚନ୍ଦ୍ରରେ ଘନ ଅନ୍ଧକାର ମାଡ଼ି ଆସିବ । ଆଉ ଏଭଳି ଅନ୍ଧାର ମଧ୍ୟରେ ବିକ୍ରମ ସହ ସମ୍ପର୍କ ସ୍ଥାପନ କରିବା ଆଦୌ ସମ୍ଭବପର ହୋଇପାରିବ ନାହିଁ ବୋଲି ବୈଜ୍ଞାନିକମାନେ ଆଶଙ୍କା କରିଛନ୍ତି । ଆସନ୍ତାକାଲି ଲୁନାର ଡେ (ଚନ୍ଦ୍ର ଦିବସ) ଶେଷ ହେଉଥିବାରୁ ଏହା ଏବେ ଇସ୍ରୋର ବୈଜ୍ଞାନିକମାନଙ୍କୁ ଚିନ୍ତାରେ ପକାଇଦେଇଛି ।