ଗ୍ରିଲ୍‌ କାଟି କଏଦୀ ଛୁ

ଗ୍ରିଲ୍‌ କାଟି କଏଦୀ ଛୁ

ଗ୍ରିଲ୍‌ କାଟି କଏଦୀ ଛୁ

ବାଲିଗୁଡ଼ା: ଜେଲ୍ ଭିତରୁ ଛୁ ହୋଇଯାଇଛି କଏଦୀ।  ଗ୍ରିଲ କାଟି ଚତୁରତାର ସହିତ ଫେରାର ହୋଇଯାଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡା ସବଜେଲ୍ରୁ ଜଣେ କଏଦୀ ପୁଲିସ୍ର କଡ଼ା ପହରାକୁ ଚ୍ୟାଲେଞ୍ଜ ଦେଇ ଫେରାର ହୋଇଯାଇଛି । ଫେରାର କଏଦୀ ଜଣକ ଟୁକୁନା ମାଳି ବୋଲି ଜଣାପଡିଛି । ତାଙ୍କ ଘର ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କୁମ୍ଭାରୀଗାଁରେ ।

ଟୁକୁନା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲ୍ରେ ସଜା କାଟୁଥିଲେ ।  ହେଲେ ଗତକାଲି ସେ ଜେଲ୍ ପରିସରରେ ଥିବା ଏକ ଝରକାର ଲୁହା ଗ୍ରିଲ କାଟି ଖସି ପଳାଇବାରେ ସକ୍ଷମ ହୋଇଥିଲେ । ଏ ନେଇ ଜେଲ୍ କର୍ତ୍ତୃପକ୍ଷଙ୍କ ତରଫରୁ ବାଲିଗୁଡା ଥାନାରେ ଅଭିଯୋଗ କରାଯାଇଛି ।

ଅଭିଯୋଗ ପାଇବା ପରେ ବାଲିଗୁଡା ଥାନା ଅଧିକାରୀ ଜେଲରେ ପହଁଚି ଖୋଲତାଡ଼ ଆରମ୍ଭ କରିଛନ୍ତି । ପୁଲିସ୍ କଡ଼ ପହରା ସତ୍ତ୍ୱେ କଏଦୀଜଣକ କିଭଳି ଗ୍ରିଲ୍ କାଟି ଖସି ଯିବାରେ ସଫଳ ହେଲା ସେ ନେଇ   ତଦନ୍ତ  ଆରମ୍ଭ ହୋଇଛି । ଏହା ସହ ଏକ ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ କଏଦୀକୁ ଧରିବା ଲାଗି ଚଢ଼ାଉ ଜାରି ରହିଛି ପୁଲିସ୍ ।