ଭୁଲିପାରୁନି ପ୍ରଥମ ପ୍ରେମକୁ....

ଭୁଲିପାରୁନି ପ୍ରଥମ ପ୍ରେମକୁ....

ଭୁଲିପାରୁନି ପ୍ରଥମ ପ୍ରେମକୁ....

ପ୍ରଥମ ପ୍ରେମର ପ୍ରଥମ ଚିଠି । ପ୍ରଥମ ଦେଖାର ଅଭୁଲା ସ୍ମୃତି । ସତରେ ପ୍ରଥମ ପ୍ରେମର ଆକର୍ଷଣ ହିଁ ନିଆରା । ମଣିଷ ଜୀବନରେ ଏକାଧିକ ପ୍ରେମ କଲେ ବି ପ୍ରଥମ ପ୍ରେମକୁ କେବେ ଭୁଲି ହୁଏନା । ପ୍ରେମିକ ହେଉ କି ପ୍ରେମିକା- ବିବାହ ପରେ ବି ପ୍ରଥମ ପ୍ରେମ ହୃଦୟହ କେଉଁ ଏକ କୋଣରେ ସବୁବେଳେ ବଂଚିଥାଏ । ଏକାନ୍ତରେ ମନର ଝରକା ଦେଇ ହୃଦୟ ଦ୍ୱାର ଠକଠକ୍ କରିଥାଏ ଏ ପ୍ରଥମ ପ୍ରେମ । ଅନେକଙ୍କ ମନରେ ପ୍ରଶ୍ନ ଆସିଥାଏ- କ’ଣ ପାଇଁ ଭୁଲିହୁଏନି ପ୍ରଥମ ପ୍ରେମକୁ? ଜୀବନରେ ଏକାଧିକ ବୟଫ୍ରେଣ୍ଡ/ଗାର୍ଲଫ୍ରେଣ୍ଡ ଆସିଲେ ବି କାହିଁକି ପ୍ରଥମ ପ୍ରେମିକା/ପ୍ରେମିକ ମନେପଡେ଼ ଅଧିକ? 

  ଏମିତି କିଛି ପ୍ରଶ୍ନର ଉତ୍ତର ଖୋଜିବାକୁ ଏକ ସଂସ୍ଥା ଲୋକଙ୍କ ମତାମତ ବୁଝିଥିଲା । ପ୍ରଶ୍ନ ଥିଲା-କାହିଁକି ଭୁଲି ହୁଏନି ପ୍ରଥମ ପ୍ରେମକୁ? ଅଧିକାଂଶ ମତ ଥିଲା ଏଇଆ ଯେ, ଯୌବନର ପ୍ରଥମ ପାହାଚରେ ଏକ ସୁନ୍ଦର ଭାବନା ସହିତ ଯୁବପିଢି ଉଡିଥାନ୍ତି ପ୍ରେମର ମୁକ୍ତ ଆକାଶରେ । ଉଭୟ ବତାଇଥାନ୍ତି ଅନେକ ଅନ୍ତରଙ୍ଗ ମୁହୂ ର୍ ଓ ସାଉଁଟିଥାନ୍ତି ଅନେକ  ସୁନ୍ଦର ସ୍ମୃତି । ସେହି ସମୟରେ ଉଭୟଙ୍କ ସ୍ନେହ, ଯତ୍ନ ଓ ତାଙ୍କ ଭଲପାଇବା ସବୁଠାରୁ ନିଆରା ଥାଏ । ଯୌବନର ପ୍ରଥମ ପାହାଚରେ ପ୍ରେମ ଆଡକୁ ପାଦ ଖସିଲା ପରେ ଉଭୟଙ୍କ ସହ ଘଟୁଥିବା ସବୁ ଘଟଣା ମନକୁ ଛୁଇଁଥାଏ ଓ ସେହି ସମୟରେ ଘଟିଥିବା ଅନେକ ପାଗଳାମି, ଛୋଟ ଛୋଟ ମାନ ଅଭିମାନ ସବୁଦିନ ପାଇଁ ମନ ରହିଥାଏ। 

ପରିବାର କଟକଣାରୁ ବାହାରି ଲୁଚି ଲୁଚି ଦେଖା କରିବା, ଉଭୟ ଉଭୟଙ୍କୁ ଦେଇଥିବା ପ୍ରଥମ ଉପହାର, ଭେଟିଥିବା ପ୍ରଥମ ସ୍ଥାନ... ମନରେ ଛାପି ହୋଇ ରହି ଯାଇଥାଏ । ତେଣୁ ପ୍ରଥମ ପ୍ରେମକୁ କେହିବି ଭୂଲି ହୁଏ ନାହିଁ । ପ୍ରେମ ୫୦ବର୍ଷ ପୁରୁଣା ହେଲେ ମଧ୍ୟ ଯେତେବେଳେ ପ୍ରଥମ ପ୍ରେମର ଅଭୁଲା ସ୍ମୃତି ମନେପଡିଯାଏ, ମନରେ ଅସରନ୍ତି ଖୁସି ଭରିଯାଏ । ଏହାକୁ କେବେ ପ୍ରେମିଯୁଗଳ ଭୁଲିପାରନ୍ତି ନାହିଁ, କାରଣ ପ୍ରଥମ ପ୍ରେମ ସବୁବେଳ ପାଇଁ ଅଦ୍ୱିତୀୟ ।