ଏ ପତ୍ରର ଉପକାରିତା ଜାଣିଛନ୍ତି..

ଏ ପତ୍ରର ଉପକାରିତା ଜାଣିଛନ୍ତି..

ଏ ପତ୍ରର ଉପକାରିତା ଜାଣିଛନ୍ତି..

ଦେହ ଖରାପ ହେଲେ ବା କୌଣସି ପେଟ ସମସ୍ୟା, ଶିଶୁ ଙ୍କର କୌଣସି ଅସୁବିଧା ବେଳେ ଆମେ ସାଧାରଣତଃ ଏଲୋପାଥି ମେଡ଼ିସିନ ଅଧିକ ମାତ୍ରାରେ ବ୍ୟବହାର କରୁଛେ, ଯାହାକି ଆମ ଶରୀର ପାଇଁ ଅତି ରୁ ଈତି ପରି ପ୍ରଭାବ ଦେଖାଏ । ପୁରାତନ ଯୁଗରେ ବ୍ୟବହୃତ ଜଡ଼ିବୁଟି ପ୍ରାକୃତିକ ଚିକିସôା ଦ୍ୱାରା ଆରୋଗ୍ୟ ଲାଭ କରିବା ଏକ ସରଳ ଓ ସୁସ୍ଥ ଉପାୟ । 


ଫଳ,ଫୁଲ,ଛାଇ ଦେବା ସଙ୍ଗେ ସଙ୍ଗେ ମଣିଷର ସ୍ୱାସ୍ଥ୍ୟ ପାଇଁ ବରଦାନ ପାଲଟିଥାଏ ବୃକ୍ଷ । କେବଳ ବୃକ୍ଷ ଫଳ ର ଔଷଧୀୟ ଗୁଣ ଅଛି ତାହା ନୁହେଁ ଏହାର ପତ୍ର ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ ଖୁବ ଲାଭଦାୟକ । ତେବେ ଚାଲନ୍ତୁ ଏମିତି କିଛି ଔଷଧୀୟ ପତ୍ର ବିଷୟରେ ଜାଣିବା ।


ତୁଳସୀ ପତ୍ର: ତୁଳସୀ ପତ୍ର କେତେ ଲାଭ ଦାୟକ ଏହା ପ୍ରାୟ ସମସ୍ତଙ୍କ ଘରେ ଘରେ ପ୍ରଚାରିତ । ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ, ଯୌନ ରୋଗକୁ ଭଲ କରିବା ପାଇଁ ତୁଳସୀର ମଞ୍ଜି ରାମବାଣ ଭଳି କାମ କରିଥାଏ । ପାଟିରୁ ଦୁର୍ଗନ୍ଧ କୁ ଦୂର କରିବାକୁ ତୁଳସୀ ପତ୍ର କାମ କରିଥାଏ, ଏହି ପତ୍ରର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥାଏ । ମହିଳା ମାନଙ୍କର ଅନିୟମିତ ଋତୁଶ୍ରାବରେ ମଧ୍ୟ ଏହା ଲାଭଦାୟକ ହୋଇଥାଏ । ସର୍ଦ୍ଧି କିମ୍ବା ହାଲକା ଜ୍ୱର ଥିଲେ ମିଶ୍ରି, ଗୋଲମରିଚ ଏବଂ ତୁଳସୀପତ୍ରକୁ ବାଟି କାଢ଼ା ପ୍ରସ୍ତୁତ କରି ପିଅନ୍ତୁ ଆରାମ ମିଳିବ । 


ଆମ୍ବ ପତ୍ର: ଆମ୍ବର ଶୁଖିଲା ପତ୍ରକୁ ଦଳି କିଛି ସମୟ ପାଇଁ ପାଟିରେ ରଖନ୍ତୁ । କିଛି ସମୟ ପରେ ଏହାକୁ କାଢ଼ି ଦିଅନ୍ତୁ । ଏହାର ଛାଲି ଗଳା ଦରଜରେ ଆରାମ ଦେଇଥାଏ । ଆମ୍ବପତ୍ରକୁ ପାଣିରେ ଫୁଟାଇ ଏଥିରେ ୨ ଚୁଟିକି ହଳଦୀ ମିଶାଇ ଦିଅନ୍ତୁ ଏବଂ ଏହି ପାଣିରେ ପାଦକୁ ସେକିଲେ ସର୍ଦ୍ଧି ସମୟରେ ଆଙ୍ଗୁଠିରେ ଦେଖାଯାଉଥିବା ଦରଜକୁ ମୁକ୍ତି ମିଳିପାରିବ । 


ନିମ ପତ୍ର: ଟାଇଫଏଡ଼୍, ବସନ୍ତ ହେଲେ ନିମଡ଼ାଳକୁ ପାଖରେ ରଖିବା ପାଇଁ ଘରର ବୟୋଜ୍ୟୋଷ୍ଠ ଉପଦେଶ ଦେଇଥାନ୍ତି ।ଯାହା ପ୍ରକୃତରେ ଲାଭଦାୟକ । କିଟାଣୁ ନାଶକାରୀ ନିମ ଗଛର ଡ଼ାଳ ଦେହ ପାଇଁ ହିତକର ହୋଇଥାଏ । ସକାଳୁ ସକାଳୁ କଅଁଳ ନିମ ପତ୍ରକୁ ଚୋବାଇ ଖାଇବା ଦ୍ୱାରା ମୁଖରୁ ଲାଳ ବୋହିବା କମିବା ସହ ଚର୍ମ ରୋଗ ଓ ଡ଼ାଇଭେଟିସ୍ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । 


ପିଜୁଳି ପତ୍ର: ଗୋଟିଏ କିମ୍ବା ଦୁଇଟି ଗୋଲମରିଚକୁ ପିଜୁଳୀ ପତ୍ର ସହ ଚୋବାଇ ଖାଇବା ଦ୍ୱାରା କାଶ କିମ୍ବା ଗଳା ଦରଜରୁ ଆଶ୍ୱସ୍ତି ମିଳିଥାଏ । ୫ଟି ପିଜୁଳୀ ପତ୍ର, ୫ଟି ତୁଳସୀ ପତ୍ର, ଗୋଟିଏ ଗୋଲମରିଚ, ଅଧା ଚାମଚ ଶୁଣ୍ଠି କିମ୍ବା ୨ ଚୁଟକି ସାନ୍ଧବ ଲୁଣକୁ ୧୦୦ ମି.ଲି ପାଣିରେ କମ୍ ଆଞ୍ଚରେ ଫୁଟାନ୍ତୁ । ୫୦ ମି.ଲି ପାଣି ବଳିବା ପରେ ଏହାକୁ ଛାଣି ରଖନ୍ତୁ । ଏହି ଘୋଣରେ ୨ଚୁଟକି ହଳଦୀ ମିଶାଇ ପିଇବାଦ୍ୱାରା ପେଟ ତଥା ତ୍ୱଚାର ଅନେକ ସମସ୍ୟା ଦୂର ହୋଇଥାଏ ।