ପୁଅକୁ ଜେଲରୁ ବାହାର କରିବା ପାଇଁ ୩୫ ଫୁଟର ସୁଡଙ୍ଗ ଖୋଳିଲା ମା’

ପୁଅକୁ ଜେଲରୁ ବାହାର କରିବା ପାଇଁ ୩୫ ଫୁଟର ସୁଡଙ୍ଗ ଖୋଳିଲା ମା’

ପୁଅକୁ ଜେଲରୁ ବାହାର କରିବା ପାଇଁ ୩୫ ଫୁଟର ସୁଡଙ୍ଗ ଖୋଳିଲା ମା’
ୟୁକ୍ରେନ୍ : ନିଜ ସନ୍ତାନଙ୍କୁ ବଞ୍ଚାଇବା ପାଇଁ ପିତା ମାତା କେଉଁ ସ୍ତରକୁ ବି ଯାଇ ପାରନ୍ତି । ଏହାର ଏକ ଉଦାହରଣ ୟୁକ୍ରେନ୍ରେ ଦେଖିବାକୁ ମିଳିଛି । ନିଜ ପୁଅକୁ ଜେଲରୁ ବାହାର କରିବା ନିମନ୍ତେ ଜଣେ ମହିଳା ଏକ ୩୫ ଫୁଟର ସୁଡଙ୍ଗ ଖୋଳିଛନ୍ତି । ତେବେ ମହିଳାଙ୍କ ଏହି ପ୍ରୟାସ ବ୍ୟର୍ଥ ଯାଇଛି ଏବଂ ମହିଳା ଜଣଙ୍କ ବର୍ତ୍ତମାନ ଜେଲରେ ରହିଛନ୍ତି । ୟୁକ୍ରେନ୍ର ଜାପୋରିଝିଆ ଅଞ୍ଚଳରେ ଅବସ୍ଥାନ କରୁଥିବା ଏହି ମହିଳାଙ୍କ ପୁଅ ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ନିଜ ପୁଅକୁ ଜେଲ୍ରୁ ମୁକ୍ତ କରିବା ପାଇଁ ଏହି ୫୧ ବର୍ଷୀୟ ମହିଳା ଜଣକ ଏକ ୩୫ ଫୁଟର ସୁଡଙ୍ଗ ଖୋଳିଥିଲେ । ତେବେ ଜେଲ ଅଧିକାରୀଙ୍କୁ ଏହି ଘଟଣା ସମ୍ପର୍କରେ ଜଣା ପଡିବା ପରେ ମହିିଳାଙ୍କୁ ଗିରଫ କରାଯାଇଛି । ମହିଳା ଜଣଙ୍କ ଜେଲ୍ ନିକଟରେ ଏକ ଘର ଭଡା ନେଇଥିଲେ । ଦିନ ଯାକ ଘରେ ରହିବା ସହିତ ସନ୍ଧ୍ୟା ସମୟରେ ଖନନ କାର୍ଯ୍ୟ ଆରମ୍ଭ କରୁଥିଲେ । ଏପରି କରିବା ସହିତ ମହିଳା ଜଣକ ଜେଲ୍ ନିକଟରେ ପହଞ୍ଚି ଯାଇଥିଲେ । ତେବେ ଜେଲ୍ କାନ୍ଥ ପୂର୍ବରୁ ମହିଳାଙ୍କୁ ଗିରଫ କରାଯାଇଥିଲା । ନିଜ ସନ୍ତାନକୁ ମୁକ୍ତ କରିବା ପାଇଁ ମହିଳାଙ୍କ ଏହି ଉଦ୍ୟମକୁ ସୋସିଆଲ ମିଡିଆରେ ବେଶ ପ୍ରଶଂସା କରାଯାଇଛି ।