ଭୁଲ ଖବର ଉପରେ କାର୍ଯ୍ୟାନୁଷ୍ଠାନ ନେବ ଟ୍ୱିଟର

ଭୁଲ ଖବର ଉପରେ କାର୍ଯ୍ୟାନୁଷ୍ଠାନ ନେବ ଟ୍ୱିଟର

ଭୁଲ ଖବର ଉପରେ କାର୍ଯ୍ୟାନୁଷ୍ଠାନ ନେବ ଟ୍ୱିଟର
ନୂଆଦିଲ୍ଲୀ: ଆଗାମୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଗଣତାନ୍ତ୍ରିକ ଆଲୋଚନକୁ ସଶକ୍ତ କରିବା ସହ ରାଜନୈତିକ ବିତର୍କକୁ ସାର୍ଥକ କରିବା ଉଦେ୍ଧଶ୍ୟରେ ସାମାଜିକ ଗଣମାଧ୍ୟମ ଟ୍ୱିଟର ପକ୍ଷରୁ ନୂତନ ନୀତି ନିର୍ଦ୍ଧାରଣ କରାଯାଇଛି । ଏହି ଲୋକପି୍ରୟ ମଞ୍ଚକୁ ଯେପରି ହେରଫେର କି ଏହା ମାଧ୍ୟମରେ କୌଣସି ହିଂସା, ଅପମାନ କି ଧମକ ଉଦ୍ରେକ କରାଯାଇ ପାରିବନି ଏବଂ ସମସ୍ତଙ୍କ ପାଇଁ ଏହା ନିରାପଦ ସାବ୍ୟସ୍ତ ହୋଇପାରିବ ସେଥିପାଇଁ ଏକ ବିଶ୍ୱସ୍ତରୀୟ ବୈଷୟିକ ଦଳକୁ ନିୟୋଜିତ କରାଯାଇଛି ବୋଲି ଟ୍ୱିଟର ପକ୍ଷରୁ ବୁଧବାର କୁହାଯାଇଛି । ଆଗକୁ ଥିବା ଆସାମ, କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ପୁଡୁଚେରୀ ବିଧାନସଭା ନିର୍ବାଚନ ଅବସରରେ କୌଣସି ପ୍ରକାର କ୍ଷତିକାରକ ବା ଭ୍ରମାତ୍ମକ ବିଷୟବସ୍ତୁକୁ ଅବରୋଧ କରିବା ସହ ଭରସା ଯୋଗ୍ୟ ସୂଚନା ସବୁକୁ ସ୍ଥାନ ଦେବା ହେଉଛି ପ୍ରମୁଖ ଲକ୍ଷ୍ୟ ବୋଲି ଟ୍ୱିଟର କହିଛି ।