ଭୋପାଳରେ ସାନିଟାଇଜର ପିଇ ୩ ଭାଇ ମୃତ

ଭୋପାଳରେ ସାନିଟାଇଜର ପିଇ ୩ ଭାଇ ମୃତ

ଭୋପାଳରେ ସାନିଟାଇଜର ପିଇ ୩ ଭାଇ ମୃତ
ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ମଦ ନ ପାଇ ସାନିଟାଇଜର ପିଇଦେବାରୁ ୩ ଭାଇଙ୍କ ମୃତୁ୍ୟ ହୋଇଛି । ଏମାନଙ୍କ ନାମ ପର୍ବତ, ଭୁରା ଏବଂ ରାମପ୍ରସାଦ ଅହିରୱାର ବୋଲି ଜଣାପଡ଼ିଛି । ଏଏସପି ଅଙ୍କିତ ଜୟସୱାଲ କହିଛନ୍ତି କରୋନା ମହାମାରୀ ପୁଣି ବ୍ୟାପିବା ପରେ ଗତ ୨୧ ତାରିଖରେ ଭୋପାଳ, ଇନେ୍ଦାର ଓ ଜବଲପୁରରେ ଲକଡାଉନ ଲାଗୁ ହୋଇଥିଲା । ଫଳରେ ମଦ ଦୋକାନ ଗୁଡ଼ିକ ବନ୍ଦ ରହିଥିଲା । ଭୋପାଳରେ ଏହି ୩ ଭାଇ ମଦ ନ ପାଇ ସାନିଟାଇଜର ପିଇଥିଲେ । ଫଳରେ ସେମାନେ ଗୁରୁତର ହୋଇଥିଲେ । ଏହା ପରେ ସମସ୍ତଙ୍କ ମୃତୁ୍ୟ ଘଟିଥିଲା । ।ଭୋପାଳର ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଏହି ୩ ଭାଇ ବିଦିଶାର ବାସିନ୍ଦା । ମଦ ଦୋକାନ ବନ୍ଦ ଥିବାରୁ ସେମାନେ ବହୁ ପରିମାଣର ସାନିଟାଇଜର ପିଇଥିଲେ । କିଛି ସମୟ ପରେ ସେମାନେ ଗୁରୁତର ହୋଇଥିଲେ । ଏହା ପରେ ଦୁଇ ଜଣ ଘଟଣା ସ୍ଥଳରେ ମୃତୁ୍ୟ ବରଣ କରିଥିଲେ । ତୃତୀୟ ଜଣକ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଆଖି ବୁଜିଥିଲେ । ତେବେ ଏହା ପୂର୍ବରୁ ଗୋବିନ୍ଦପୁର ଅଞ୍ଚଳରେ ସାନିଟାଇଜର ପିଇବାରୁ ୩ ଜଣଙ୍କ ମୃତୁ୍ୟ ଘଟିଥିଲା ।