ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ସରିବ ପ୍ରଥମ ପର୍ଯ୍ୟାୟ ପ୍ରଚାର

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ସରିବ ପ୍ରଥମ ପର୍ଯ୍ୟାୟ ପ୍ରଚାର

 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ  ଆଜି ସରିବ ପ୍ରଥମ ପର୍ଯ୍ୟାୟ ପ୍ରଚାର
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ ସମଗ୍ର ଦେଶର ନଜର ରହିଛି । ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଲଢେ଼ଇ ହେଉଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଆଜି ସରିବ । ପ୍ରଧାନମନ୍ତ୍ରୀଙ୍କ ସହ ବିଜେପିର ହେଭିୱେଟ ନେତାମାନେ ଏଠି ଡେରା ପକାଇଛନ୍ତି । ଦିନକୁ ୪-୫ ସଭାରେ ଯୋଗ ଦେଉଛନ୍ତି । ଗତ ଲୋକସଭା ନିର୍ବାଚନର ଫଳାଫଳକୁ ଦୃଷ୍ଟିରେ ରଖି ବିଜେପି ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିବା ବେଳେ ଏହାକୁ ଅଧିକ ଉଜ୍ଜୀବିତ କରିଛି ତୃଣମୂଳ ଅର୍ଦ୍ଧାଧିକ ନେତାଙ୍କ ଦଳତ୍ୟାଗ । ଅସନ୍ତୁଷ୍ଟ ନେତାମାନେ ତୃଣମୂଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଅନ୍ୟ ପକ୍ଷରେ ବିଜେପିକୁ ଭୋଟ ନଦେବା ପାଇଁ ମମତା ଭୋଟରମାନଙ୍କୁ କହୁଛନ୍ତି । ରାଜ୍ୟବାସୀ ପରିବର୍ତ୍ତନ ସପକ୍ଷରେ ଥିବାରୁ ତୃଣମୂଳ ପାଇଁ ବିପଦ ହୋଇପାରେ ବୋଲି କୁହାଯାଉଛି ।