ପ୍ରଦୀପ୍ତ ନାୟକ ବିରୋଧୀ ଦଳ ନେତା

ପ୍ରଦୀପ୍ତ ନାୟକ ବିରୋଧୀ ଦଳ ନେତା

ପ୍ରଦୀପ୍ତ ନାୟକ ବିରୋଧୀ ଦଳ ନେତା
ଭୁବନେଶ୍ୱର:ବିଜେପିର ବରିଷ୍ଠ ନେତା ପ୍ରଦୀପ୍ତ ନାୟକ ହେଲେ ବିରୋଧୀ ଦଳ ନେତା । ବହୁ କଳ୍ପନା ଜଳ୍ପନା ପରେ ବିଜେପି ହାଇକମାଣ୍ଡ ପ୍ରଦୀପ୍ତଙ୍କ ନାମରେ ମୋହର ମାରିଛନ୍ତି । ଗତକାଲି ବିଜେପି ବିଧାୟକମାନଙ୍କ ବୈଠକରେ ନେତା ବାଛିବା ଦାୟିତ୍ୱ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଉପରେ ଛାଡି ଦିଆଯାଇଥିଲା । ଦଳର ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଏକ ପ୍ରେସ ବିଜ୍ଞପ୍ତିରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପ୍ରଦୀପ୍ତ ଷୋଡଶ ବିଧାନସଭାରେ ସେ ବିଜେପି ବିଧାୟକ ଦଳର ନେତୃତ୍ୱ ନେବା ସହ ବିରୋଧୀ ଦଳ ନେତା ଦାୟିତ୍ୱ ତୁଲାଇବେ ।