ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କୁ କରୋନା

ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କୁ କରୋନା

ବଲିଉଡ ଅଭିନେତା ଧର୍ମେନ୍ଦ୍ରଙ୍କୁ କରୋନା
ବଲିଉଡ ଅଭିନେତା ଧର୍ମେନ୍ଦ୍ର କରୋନା ସଂକ୍ରମିତ ହୋଇଛନ୍ତି । ଗତକାଲି ଅମୀର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଧର୍ମେନ୍ଦ୍ର ସମେତ ତାଙ୍କ ତିନି ଜଣ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ସୂତ୍ର ମୁତାବକ, ପ୍ରଥମେ ଧର୍ମେନ୍ଦ୍ରଙ୍କର ତିନି ଜଣ କର୍ମଚାରୀଙ୍କ କରୋନା ଲକ୍ଷଣ ଦେଖାଯିବା ପରେ ସେ କୋଭିଡ ଟେଷ୍ଟ କରିଥିଲେ । ଯେଉଁଥିରେ ତାଙ୍କୁ କରୋନା ହୋଇଥିବା ଜଣାପଡ଼ିଛି । ଗତ କିଛି ଦିନ ତଳେ ଧର୍ମେନ୍ଦ କରୋନା ଟିକା ନେଇଥିଲେ । ହେଲେ ଏହା ସତ୍ତ୍ୱେ କରୋନା ଆକ୍ରାନ୍ତ ହେବା ଦେଓଲ ପରିବାରକୁ ଚିନ୍ତାରେ ପକାଇଛି । ଅପରପକ୍ଷରେ ଚଳଚ୍ଚିତ୍ର ନିର୍ମାତା ଉମେଶ ତୌରାନି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟ ଟିକାକରଣ କରିବା ପରେ ସେ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି ।