ବିଜେପିରେ ମିଶିବେ ବଳଭଦ୍ର !

ବିଜେପିରେ ମିଶିବେ ବଳଭଦ୍ର !

ବିଜେପିରେ ମିଶିବେ ବଳଭଦ୍ର !
ଭୁବନେଶ୍ୱର: ଆସନ୍ତାକାଲି ବିଜେପିରେ ଯୋଗ ଦେବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ । କାଲି ଦିଲ୍ଲୀ ଯାଇ ବିଜେପି ମୁଖ୍ୟାଳୟରେ ମିଶିବା ନେଇ ଚର୍ଚ୍ଚା ହେଉଛି । ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ବଳଭଦ୍ର । ପ୍ରକାଶ ଯେ, ଗୁରୁବାର ସାଂସଦ ଶ୍ରୀ ମାଝୀ ବିଜେଡିରୁ ଇସ୍ତଫା ଦେଇଥିଲେ । ମୋତେ ଦଳରେ ଦରକାର ପଡ଼ୁନଥିବା କହି ସେ ଦଳରୁ ଇସ୍ତଫା ଦେଇଥିଲେ । ଦଳରେ ତାଙ୍କୁ ଅବହେଳା କରାଯାଉଛି ବୋଲି ସେ କହିଥିଲେ । ଗତ ୨୦୧୪ରୁ ୨୦୧୯ ପର୍ୟ୍ୟନ୍ତ ସେ ନବରଙ୍ଗପୁର ନିର୍ବାଚନମଣ୍ଡଳୀରେ ବହୁ ଉନ୍ନୟନମୂଳକ କାର୍ୟ୍ୟ କରିଛନ୍ତି । ଏହା ସତ୍ୱେ ତାଙ୍କୁ ସବୁ ବେଳେ ଅଣଦେଖା କରାଯାଉଛି । ଏନେଇ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି ବୋଲି ସେ କହିଥିଲେ । ସେ ତାଙ୍କ ଇସ୍ତଫା ପତ୍ରକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ । ଉକ୍ତ ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଥିଲେ ଯେ, ମୁଁ ୭ ବର୍ଷର ସରକାରୀ ଚାକିରି ଛାଡ଼ି ବିଜେଡିକୁ ଆସିଥିଲି । ଆପଣ ଓ ମୋ ଭିତରେ ଦୂରତା ବଢୁଥିବା ଅନୁଭବ କଲି । କିଛି ଲୋକ ଆପଣଙ୍କୁ ବିଭାନ୍ତ କରିଥିବା ମୁଁ ନିଶ୍ଚିନ୍ତ ବୋଲି ବଳଭଦ୍ର ଉକ୍ତ ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ ।