ରାଜପାଳଙ୍କୁ ଭେଟିଲେ ବିଜେପିର ଏକ ପ୍ରତିନିଧିମଣ୍ଡଳୀ
ରାଜପାଳଙ୍କୁ ଭେଟିଲେ ବିଜେପିର ଏକ ପ୍ରତିନିଧିମଣ୍ଡଳୀ
admin
Jan 14, 2021 - 08:59
Updated: Jan 14, 2021 - 08:59
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀକୁ ନେଇ ଗୁରୁବାର ବିଜେପି ରାଜ୍ୟପାଳଙ୍କୁ ଫେରାଦ ହୋଇଛି । ବିଜେପିର ଏକ ପ୍ରତିନିଧିମଣ୍ଡଳୀ ଆଜି ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଭେଟି ଏନେଇ ଅଭିଯୋଗ କରିଛନ୍ତି । ସମୀର ମହାନ୍ତି ଓ ସମ୍ବିତ ପାତ୍ରଙ୍କ ସହ ଅନ୍ୟ ନେତା ଓ ବିଧାୟକମାନେ ଆଜି ରାଜ୍ୟପାଳଙ୍କୁ ଭେଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ଦୁର୍ନୀତି ସମ୍ପର୍କରେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆବାସ ଯୋଜନା ଠିକଭାବେ କାର୍ଯ୍ୟକାରୀ ହେଉନଥିବା ସେମାନେ ଅଭିଯୋଗ କରିଛନ୍ତି । ଘର ପାଇଁ ଶାସକ ଦଳର ବିଧାୟକ ଓ ସରକାରୀ ଅଫିସର ଲାଞ୍ଚ ମାଗୁଥିବା ସମ୍ପୃକ୍ତ ପ୍ରତିନିଧିମଣ୍ଡଳୀ ଅଭିଯୋଗ କରିଛନ୍ତି । ଯାହା ଫଳରେ ଜାତୀୟ ହାରରୁ ଓଡ଼ିଶା ବହୁତ ପଛରେ ରହିଥିବା ସେମାନେ ଅଭିଯୋଗ କରିଛନ୍ତି ।