ଲଜ୍ଜ୍ୟା : ମକର ବୁଡ଼କୁ ଗଲାବେଳେ ଗଣଦୁଷ୍କର୍ମ

ଲଜ୍ଜ୍ୟା : ମକର ବୁଡ଼କୁ ଗଲାବେଳେ ଗଣଦୁଷ୍କର୍ମ

ଲଜ୍ଜ୍ୟା : ମକର ବୁଡ଼କୁ ଗଲାବେଳେ ଗଣଦୁଷ୍କର୍ମ
ବାରିପଦା: ମକର ବୁଡ଼ ପକାଇବାକୁ ଯାଇଥିବା ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଟାଉନଥାନାରେ ଏତଲା ପରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ମକର ବୁଡ଼ ପକାଇବାକୁ ଆଜି ଭୋରରୁ ଯୁବତୀ ଜଣକ ଘରୁ ବାହାରିଥିଲେ । ତେବେ ଏକୁଟିଆ ଯିବା ବେଳେ ସେହି ସାହିର ୨ ଜଣ ଯୁବକ ତାଙ୍କୁ ଉଠାଇ ନେଇଥିଲେ । ଉଠାଇ ନେବା ପରେ ୨ ଯୁବକ ଏକ ନିଛାଟିଆ ଜାଗାକୁ ନେଇ ଦୁଷ୍କର୍ମ କରିଥିଲେ । ଏନେଇ ଯୁବତୀ ଜଣକ ଟାଉନ ଥାନାରେ ଏତଲା ଦେଇଥିଲେ । ପରେ ପୁଲିସ ଅଭିଯୁକ୍ତ ୨ ଜଣଙ୍କୁ ଗିରଫ କରିଛି ।