ବିଜେଡି ଓ ରାଜ୍ୟ ସରକାର ପାଠପଢି ଆସୁ : ଅପରାଜିତା
ବିଜେଡି ଓ ରାଜ୍ୟ ସରକାର ପାଠପଢି ଆସୁ : ଅପରାଜିତା
admin
Feb 16, 2021 - 08:54
Updated: Feb 16, 2021 - 08:54
ଭୁବନେଶ୍ୱର: ବାଇ ଲ’ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁଣି ରାଜ୍ୟ ସରକାର ଓ ବିଜେଡିକୁ ଟାର୍ଗେଟ କରିଛନ୍ତି । ଏନେଇ ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦକ ସମ୍ମିଳନୀ କରି ଶ୍ରୀମତୀ ଷଡ଼ଙ୍ଗୀ ଗତକାଲିର ତଥ୍ୟକୁ ଦୋହରାଇବା ସହ ରାଜ୍ୟ ସରକାର ଓ ବିଜେଡିକୁ ଟାର୍ଗେଟ କରିଛନ୍ତି ।
ସେ କହିଛନ୍ତି ଯେ, ବିଜେଡିର ଜଣେ ଭଦ୍ର ବ୍ୟକ୍ତିି ୧୯୮୫ ଆକ୍ଟକୁ ନେଇ କିଛି କହିଛନ୍ତି । ସେ କହିବା କଥା, ସଂସ୍କୃତି ବିଭାଗ ନିଦେ୍ର୍ଧଶକ ପ୍ରାଧିକୃତ ଅଧିକାରୀ ନୁହନ୍ତି । କିନ୍ତୁ ମୁଁ ତଥ୍ୟ ଭିତରକୁ ନଯାଇ କୌଣସି ମତ ଦିଏ ନାହିଁ । ତଥ୍ୟକୁ ବିଶ୍ଳେଷଣ କରେ । ତଥ୍ୟହୀନ ଓ ତର୍କହୀନ କଥା କୁହେ ନାହିଁ । ବିଜେଡି ଓ ରାଜ୍ୟ ସରକାର ପାଠପଢି କଥା କହନ୍ତୁ । ଲୋକଙ୍କୁ ଭ୍ରମିତ ନକରନ୍ତୁ । ୨୦୨୧ ଜାନୁଆରୀ ୨୦ରେ ଏନଏମଏ ଠାରୁ ୪ଟି ଏନଓସି ଘରୋଇ ପକ୍ଷକୁ ଦିଆଯାଇଛି । ଏ ସମ୍ପର୍କରେ ରାଜ୍ୟ ସଂସ୍କୃତି ବିଭାଗ ନିଦେ୍ର୍ଧଶକଙ୍କୁ ଅବଗତ କରାଯାଇଛି । ଏହା ରାଜ୍ୟ ସରକାରଙ୍କ ଅଜ୍ଞତା ଓ ଅପରିପକ୍ୱତା ଦର୍ଶାଉଛି ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।