ଭାରତରେ ଅମିତାଭ, ସଚିନଙ୍କ ପରି ଅନୁଭବ ହେଉଛି, ଏମିତି କହିଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଭାରତରେ ଅମିତାଭ, ସଚିନଙ୍କ ପରି ଅନୁଭବ ହେଉଛି, ଏମିତି କହିଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଭାରତରେ ଅମିତାଭ, ସଚିନଙ୍କ ପରି ଅନୁଭବ ହେଉଛି, ଏମିତି କହିଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ଭାରତ ଗସ୍ତରରେ ଆସିଛନ୍ତି  ବ୍ରିଟେନ ପ୍ରଧାନମନ୍ତ୍ରୀ  । ସେପଟେ ଭାରତର ଆତିଥ୍ୟତାର ବେସ୍‌ ଖୁସି ପ୍ରକାଶ କରିଛନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍  । ଜନସନ କହିଛନ୍ତି , ଯେଉଁଭଳି ଭାବେ  ମୋତେ ଭାରତ ମାଟିରେ ଲୋକେ ସ୍ୱାଗତ କଲେ, ଲାଗୁଛି ମୁଁ ସଚିନ ତେନ୍ଦୁଲକର ।  ମୋର ଯେତିକି ହୋଡ଼ିଂ ଲାଗିଛି ନିଜକୁ ଅମିତାଭ ବଚ୍ଚନ ପରି ଫିଲ ହେଉଛି ।  ଭାରତର ଅତିଥି ଦେବ ଭବଃ ମନ୍ତ୍ରରେ ଅଭିମନ୍ତ୍ରିତ ବୋରିସ ଜନସନ  । ଖୁସି ପ୍ରକଟ କରିବା ସହ ଏଭଳି କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ  ।

ବ୍ରିଟେନରୁ ସିଧା ଗୁଜରାଟରେ ପହଁଚିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ  । ସାବରମତୀରେ ଥିବା ଗାନ୍ଧୀଜୀଙ୍କ ଆଶ୍ରମକୁ ଗସ୍ତ କରିଥିଲେ  । ମହାତ୍ମା ଗାନ୍ଧୀଙ୍କ ସତ୍ୟ ଓ ଅହିଂସାର ଆହ୍ୱାନକୁ ଜାଣିବା ସହ ବାପୁଙ୍କ ଅରଟରେ ସୂତା କାଟିଥିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ  । ଅକ୍ଷର ଧାମ ମନ୍ଦିର ପରିଦର୍ଶନ ମଧ୍ୟ କରିଥିଲେ ଜନସନ  । ନୂଆଦିଲ୍ଲୀ ଗସ୍ତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦୁଇ ଦେଶର ଦ୍ୱିପାକ୍ଷିକ ସମ୍ପର୍କକୁ ନେଇ ହାଇଦ୍ରାବାଦ ହାଉସରେ ଆଲୋଚନା କରିଥିଲେ  ।

ବୈଠକରେ ଭାରତ ଓ ବ୍ରିଟେନ୍ ମଧ୍ୟରେ ଏକାଧିକ ଦ୍ୱିପାକ୍ଷିକ ରାଜିନାମା ସ୍ୱାକ୍ଷରିତ ହୋଇଛି । ସଫ୍ଟଓୟାର, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ୧ ବିଲିୟନ୍ ପାଉଣ୍ଡର ଚୁକ୍ତି ସ୍ବାକ୍ଷର ହୋଇଛି । ପ୍ରତିରକ୍ଷା, ବ୍ୟବସାୟ, ପରିବେଶ ଓ ଶକ୍ତି କ୍ଷେତ୍ରରେ ଉଭୟ ରାଷ୍ଚ୍ର ମଧ୍ୟରେ ଆଲୋଚନା ହୋଇଛି । ରାଷ୍ଟ୍ରପତି ଭବନରେ ବୋରିସଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନୁଷ୍ଠାନିକ ଭାବେ ସ୍ୱାଗତ କରିବା ପରେ ଉଭୟଙ୍କ ମଧ୍ୟରେ ବୈଠକ ହୋଇଥିଲା  । ତେବେ ଦୁଇ ନେତାଙ୍କ ମଧ୍ୟରେ ଆତଙ୍କବାଦ ଓ ପ୍ରତିରକ୍ଷା ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା ।