୨୭ରେ ଶ୍ରୀମନ୍ଦିର ଆଗରେ ଜୋରଦାର ଆନ୍ଦୋଳନ

୨୭ରେ ଶ୍ରୀମନ୍ଦିର ଆଗରେ ଜୋରଦାର ଆନ୍ଦୋଳନ

୨୭ରେ ଶ୍ରୀମନ୍ଦିର ଆଗରେ ଜୋରଦାର ଆନ୍ଦୋଳନ

ପୁରୀ : ଗୋଟିଏ ପଟରେ ଶ୍ରୀମନ୍ଦିରର ଚତୁଃପାଶ୍ୱର୍ର ସୌନ୍ଦର୍ୟ୍ୟକରଣ ସହ ଯାତ୍ରୀ ଓ ଭକ୍ତଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ଖଞ୍ଜିଦେବା ପାଇଁ ସରକାର ଯୋଜନା କରିଛନ୍ତି  । ଏଥିପାଇଁ ଶହ ଶହ କୋଟି ଟଙ୍କାର ଯୋଜନା ଅଟକଳ ମଧ୍ୟ ହୋଇଛି  । ଅପରପକ୍ଷରେ ଏହାଦ୍ୱାରା ଶ୍ରୀମନ୍ଦିର ପ୍ରତି ବିପଦ ରହିଛି ବୋଲି ଅଭିଯୋଗ ହେଉଥିବାବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି  । ସେହିପରି କେତେକ ସାମାଜିକ ସଂଗଠନ ମଧ୍ୟ ଆନ୍ଦୋଳନ ଜାରି ରଖିଛନ୍ତି  ।

ଏହି କ୍ରମରେ ଆସନ୍ତା ୨୭ରେ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଏକ ଆନ୍ଦୋଳନ ହେବାକୁ ଯାଉଛି  । ଏଥିରେ ପ୍ରାୟ ୫ ହଜାରରୁ ଅଧିକ ଲୋକ ଯୋଗଦେବେ ବୋଲି ପୁରୀ ସହରରେ ଚର୍ଚ୍ଚା ହେଉଛି  । 

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ସଂସଦରେ ଏହି ପ୍ରସଙ୍ଗ ଉଠାଇଥିବାବେଳେ ବିଜେଡ଼ି ଓ ବିଜେପି ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା  । ଅପରପକ୍ଷରେ ହାଇକୋର୍ଟରେ ବି ଏନେଇ ମାମଲା ହୋଇଛି  । ଅପରପକ୍ଷରେ ଶ୍ରୀମନ୍ଦିର ବିକାଶ କାର୍ୟ୍ୟ ଜାରିରହିଛି  । ତେବେ ଏସବୁ ଭିତରେ ଏଏସଆଇର ନୀରବତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟିହୋଇଛି  ।