ଆଜି ଅନ୍ତର୍ଜାତୀୟ ମହିଳା ଦିବସ

ଆଜି ଅନ୍ତର୍ଜାତୀୟ ମହିଳା ଦିବସ

ଆଜି ଅନ୍ତର୍ଜାତୀୟ ମହିଳା ଦିବସ
ପ୍ରତିବର୍ଷ ମାର୍ଚ୍ଚ ମାସର ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ବିଭିନ୍ନ ଦେଶରେ ବିଭିନ୍ନ ରୂପରେ ମହିଳା ଦିବସ ପାଳନ କରାଯାଇଥାଏ । ବିଶେଷତଃ ମହିଳା ମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା , ଓ ସମ୍ମାନ ନିଦର୍ଶନ ନିମନ୍ତେ ଏହି ଦିବସର ପାଳନ କରାଯାଇଥାଏ । ମହିଳା ମାନଙ୍କ ଅର୍ଥନୈତିକ, ରାଜନୈତିକ ଏବଂ ସାମାଜିକ ଅଭିବୃଦ୍ଧିର ଉତ୍ସବ ଭାବରେ ଏହି ଦିନର ମହତ୍ୱ ରହିଛି । କିଛି ଦେଶରେ ଏହି ଦିନକୁ ଏକ ସାଧାରଣ ଉତ୍ସବ ଭାବରେ ମଧ୍ୟ ପାଳନ କରାଯାଏ ଏବଂ ଛୁଟି ଘୋଷଣା କରାଯାଇଥାଏ । ମହିଳା ମାନଙ୍କୁ ସମାଜରେ ସେମାନଙ୍କ ଉଚିତ ସ୍ଥାନ ଦେବା ଏବଂ ସେମାନଙ୍କ ଉପଲବ୍ଧିକୁ ସର୍ବସାଧାରଣରେ ପ୍ରୋତ୍ସାହନ ଦେବା ତଥା ପ୍ରଶଂସା କରିବା ପାଇଁ ଏହି ଦିବସର ମହତ୍ୱ ରହିଛି ।୧୯୭୫ରୁ ‘ଜାତିସଂଘ’ ଆନୁକୂଲ୍ୟରେ ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖରେ ପାଳନ କରାଯାଉଛି ‘ଅନ୍ତର୍ଜାତୀୟ ମହିଳା ଦିବସ’। ଆମେରିକାର ଏକ ରାଜନୈତିକ ଦଳ ସୋସିଆଲିଷ୍ଟ୍ ପାର୍ଟି ଅଫ୍ ଆମେରିକାର ଆହ୍ୱାନରେ ଫେବ୍ରୁଆରୀ ୨୮ ୧୯୦୯ ମସିହାରେ ପ୍ରଥମ ଥର ପାଇଁ ଏକ ମହିଳା ଦିବସ ପାଳନ କରାଯାଇଥିଲା ଅବଶ୍ୟ ଏହା କେବଳ ଆମେରିକା ମହାଦ୍ୱୀପରେ ହିଁ ସୀମିତ ଥିଲା । ଅଗଷ୍ଟ ୧୯୧୦ ମସିହାରେ ପ୍ରଥମ ବିଶ୍ୱ ମହିଳା ସମାବେଶର ଆୟୋଜନ କରାଯାଇଥିଲା । ସେହିଠାରେ ସମ୍ମିଳିତ ସମସ୍ତ ସଦସ୍ୟଙ୍କ ସହମତି କ୍ରମେ ଏକ ବିଶ୍ୱ ମହିଳା ଦିବସର ଅବଧାରଣା କରାଗଲା ।