କାଠ ଆଣିବାକୁ ଯାଇଥିଲେ, ଦନ୍ତା ଦଳିଦେଲା
କାଠ ଆଣିବାକୁ ଯାଇଥିଲେ, ଦନ୍ତା ଦଳିଦେଲା
କେନ୍ଦୁଝର : ହାତୀ ମଣିଷ ଲଢ଼େଇ ଥମୁନି। ବିଭିନ୍ନ ସମୟରେ ହାତୀ ଆକ୍ରମଣରେ ଧନଜୀବନ ହାନି ହେଉଛି। ପୁଣି ଏକ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି। ଏଥର କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଦେଓଗାଁ ରେଞ୍ଜର ନୂଆବରିପାଳ ଗ୍ରାମର ଜଙ୍ଗଲରେ ଆଜି ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନାରଙ୍ଗପୁର ଗ୍ରାମର ଦୁଃଶାସନ ଜେନା ।
ଦୁଃଶାସନ ସକାଳ ସମୟରେ ଜଙ୍ଗଲକୁ ଜାଲେଣି ଶୁଖିଲା କାଠ ସଂଗ୍ରହ ପାଇଁ ଯାଇ ଥିବା ବେଳେ ଦନ୍ତାହାତୀ ତାଙ୍କୁ ଦଳି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ବନ ବିଭାଗ ପହଁଚି ତଦନ୍ତ କରୁଥିବା ନେଇ ସୂଚନା ମିଳିଛି।




admin 