ରୁଷିଆ-ୟୁକ୍ରେନ୍‌ ଗସ୍ତରେ ଯିବେ ଜାତିସଂଘ ମୁଖ୍ୟ

ରୁଷିଆ-ୟୁକ୍ରେନ୍‌ ଗସ୍ତରେ ଯିବେ ଜାତିସଂଘ ମୁଖ୍ୟ

ରୁଷିଆ-ୟୁକ୍ରେନ୍‌ ଗସ୍ତରେ ଯିବେ ଜାତିସଂଘ ମୁଖ୍ୟ

ନୂଆଦିଲ୍ଲୀ: ୟୁକ୍ରେନ୍ ଓ ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଫେବ୍ରୁଆରୀ ୨୪ରୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଆସନ୍ତା ସପ୍ତାହରେ ରୁଷିଆ ଓ ୟୁକ୍ରେନ୍ ଗସ୍ତରେ ଯିବେ ଜାତିସଂଘ ମୁଖ୍ୟ । ଆସନ୍ତା ୨୬ ତରିଖ ଦିନ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ ରୁଷିଆ ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି । ସେହିପରି ୨୮ ତାରିଖରେ ଜାତିସଂଘ ମହାସଚିବ ୟୁକ୍ରେନ୍ ଗସ୍ତ କରିବେ ବୋଲି ସୂଚନା ମିଳିଛି ।

ଦୁଇ ଦେଶକୁ ଗସ୍ତ କରିବା ସହ ଭ୍ଲାଦିମିର ପୁଟିନ ଓ ଜେଲେନସ୍କିଙ୍କ ସହ ଆଣ୍ଟୋନିଓ ଗୁଟେରେସ ଆଲୋଚନା କରିବେ । କୁହାଯାଉଛି ଏହି ଆଲୋଚନାରେ ରୁଷଆ ଓ ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ପ୍ରସଙ୍ଗ ଉଠାଯିବ ।

ଯୁଦ୍ଧ ଯୋଗୁ ଦୁଇ ଦେଶ ଅନେକ କ୍ଷତି ସହିଲେଣି । ଉଭୟଙ୍କର ଅନେକ ସୌନିକଙ୍କ ସହ ବହୁ ସାଧାରଣ ଲୋକଙ୍କ ମୃତ୍ୟୁ ହେଲାଣି ।