ନିର୍ବାଚନ କମିସନଙ୍କୁ ଦିଲ୍ଲୀ ହାଇକୋର୍ଟ ନୋଟିସ

ନିର୍ବାଚନ କମିସନଙ୍କୁ ଦିଲ୍ଲୀ ହାଇକୋର୍ଟ ନୋଟିସ

ନିର୍ବାଚନ କମିସନଙ୍କୁ ଦିଲ୍ଲୀ ହାଇକୋର୍ଟ ନୋଟିସ
ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡିକ ଧାର୍ମିକ ନାମ ଓ ପ୍ରତୀକ ବ୍ୟବହାର ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ନିର୍ବାଚନ କମିସନଙ୍କୁ ନୋଟିସ ଜାରି କରିଛନ୍ତି । ବିଜେପି ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାକ୍ଷଙ୍କ ଦ୍ୱାରା ଆଗତ ଏ ସଂକ୍ରାନ୍ତ ଏକ ଜନସ୍ୱାର୍ଥ ମାମଲାରେ ଏହି ନୋଟିସ ଜାରି ହୋଇଛି । ଧାର୍ମିକ ନାମ, ପ୍ରତୀକ ସହିତ ଜାତୀୟ ପତାକା ତୁଲ୍ୟ ରଙ୍ଗ ଓ ପ୍ରତୀକ ବ୍ୟବହାର କରୁଥିବା ରାଜନୈତିକ ଦଳଗୁଡିକର ପଞ୍ଜୀକରଣ ବାତିଲ କରିବାକୁ କମିସନଙ୍କ ନିର୍ଦେଶ ଦେବା ପାଇଁ ଆବେଦନକାରୀ ଦାବି କରିଛନ୍ତି । ଜଷ୍ଟିସ ରାଜେନ୍ଦ୍ର ମେନନ ଓ ଜଷ୍ଟିସ ଏଜେ ଭମ୍ବାନୀଙ୍କ ପୀଠ ଏହି ଦାବି ଉପରେ କେନ୍ଦ୍ର ସରକାରଙ୍କଠାରେ ମଧ୍ୟ ଜବାବ ଲୋଡିଛନ୍ତି । ଜୁଲାଇ ୧୭କୁ ମାମଲାର ପରବର୍ତୀ ଶୁଣାଣି ଧାର୍ଯ୍ୟ ହୋଇଛି । ଅଶ୍ୱିନୀ ତାଙ୍କ ଆବେଦନରେ ହିନ୍ଦୁ ସେନା, ଇଣ୍ଡିଆନ ୟୁନିୟନ ମୁସଲିମ ଲିଗ( ଆଇୟୁଏମଏଲ) ,ଅଲ ଇଣ୍ଡିଆ ମଜଲିସ-ଇ-ଇତେହାଦୁଲ ମୁସଲିମିନ( ଏଆଇଏମଆଇଏମ) ଭଳି ରାଜନୈତିକ ଦଳଗୁଡିକ ଦୃଷ୍ଟାନ୍ତ ରଖିଛନ୍ତି ।