ଭାଇଜାଗ ଗୁପ୍ତଚର ମାମଲା : ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଏନଆଇଏ

ଭାଇଜାଗ ଗୁପ୍ତଚର ମାମଲା : ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଏନଆଇଏ

ଭାଇଜାଗ ଗୁପ୍ତଚର ମାମଲା : ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଏନଆଇଏ
ଭାଇଜାଗ : ବିଶାଖାପାଟଣାର ନୌସେନା ଗୁୁପ୍ତଚର ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଏନଆଇଏ । ତେବେ ଏନଆଇଏ ପକ୍ଷରୁ ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଏହି ମାମଲାରେ ପୂର୍ବରୁ ୧୧ ଜଣ ନୌସେନା ଅଧିକାରୀଙ୍କୁ ଗିରଫ କରାଯାଇଥିଲା । ଏହି ଅଧିକାରୀ ମାନେ ଭାରତୀୟ ନୌସେନାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତାନ୍ତର କରୁଥିଲେ । ସମୁଦାୟ ୧୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ମହମ୍ମଦ ହାରୁନ ହାଜି ଅବଦୁଲ ରେହମାନ ଲକଡାୱାଲାକୁ ମୁଖ୍ୟ ଅଭିଯୁକ୍ତ ଘୋଷଣା କରାଯାଇଥିଲା । ମାତ୍ର ଲକଡାୱାଲାର ମୋବାଇଲ ଏବଂ ଲାପଟପ ଯାଞ୍ଚ ପରେ ମୁଖ୍ୟ ଅଭିଯୁକ୍ତ ସମ୍ପର୍କରେ ଜଣା ପଡିଥିଲା । ଏନଆଇଏ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହିତ ସେ ଆଇଏସଆଇ ପାଇଁ କାମ କରୁଥିବା ସ୍ପଷ୍ଟ କରିଛି ।