ରାଜ୍ୟରୁ ଆଜି ୩୬୪୫ ପଜିଟିଭ୍ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ରାଜ୍ୟରୁ ଆଜି ୩୬୪୫ ପଜିଟିଭ୍ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ରାଜ୍ୟରୁ ଆଜି ୩୬୪୫ ପଜିଟିଭ୍ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ଭୁବନେଶ୍ବର : ରାଜ୍ୟରେ ଆଜି ୩୬୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୧୫୧ ଜଣ ଚିହ୍ନଟ ହୋଇଥିବାବେଳେ ୧୪୯୪ଟି ଲୋକାଲ କେସ୍ ରହିଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୮ହଜାର ୬୫୦କୁ ବୃଦ୍ଧି ହୋଇଛି । ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୫ ହଜାର୯୨୮ଜଣ । ସେହିପରି ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୨୨ ହଜାର ୨୪ଜଣ। ଖୋର୍ଦ୍ଧାରୁ ସର୍ବାଧିକ ୫୧୭ ରହିଥିବାବେଳେ ଅନୁଗୁଳୁରୁ ୩୯, ବାଲେଶ୍ବରରୁ ୧୫୬, ବରଗଡରୁ ୧୫୭, ଭଦ୍ରକରୁ ୧୪୩, ବଲାଙ୍ଗିରରୁ ୩୯୭, ବୌଦ୍ଧରୁ ୩୦, କଟକରୁ ୩୫୭, ଦେବଗଡରୁ ୧୫,ଢେଙ୍କାନାଳରୁ ୬୮, ଗଜପତିରୁ ୯, ଗଞ୍ଜାମରୁ ୪୬, ଜଗତସିଂହପୁରରୁ ୯୫, ଯାଜପୁରରୁ ୧୧୬, ଝାରସୁଗୁଡାରୁ ୯୧, କଳାହାଣ୍ଡିରୁ ୭୯, କନ୍ଧମାଳରୁ ୯୫, କେନ୍ଦ୍ରାପଡାରୁ ୭୫, କେଉଁଝରରୁ ୫୬ , କୋରାପୁଟରୁ ୯୫, ମାଲକାନଗିରିରୁ ୩୩, ମୟୂରଭଞ୍ଜରୁ ୧୩୭ , ନବରଙ୍ଗପୁରରୁ ୯୦, ନୟାଗଡରୁ ୩୮, ନୂଆପଡାରୁ ୯୦, ପୁରୀରୁ ୨୪୬ , ରାୟଗଡାରୁ ୭୯, ସମ୍ବଲପୁରୁ ୧୨୭ ଓ ସୋନପୁରରୁ ୯୯ ଜଣ ଲେଖାଏଁ ରହିଥିବାବେଳେ ସୁନ୍ଦରଗଡରୁ ୮୪ ଜଣ ରହିଛନ୍ତି । ସେହିପରି ଷ୍ଟେଟପୁଲ୍‌ରୁ ୩୪୪ ଜଣ ରହିଥିବାର ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି ।