ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗ : ମୋଦି ସରକାରଙ୍କୁ ଘେରିଲେ ରାହୁଲ

ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗ : ମୋଦି ସରକାରଙ୍କୁ ଘେରିଲେ ରାହୁଲ

ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗ : ମୋଦି ସରକାରଙ୍କୁ ଘେରିଲେ ରାହୁଲ
ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ସରକାରଙ୍କ ନିକଟରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁକୁ ନେଇ କୌଣସି ତଥ୍ୟ ରହିନଥିବା ନେଇ ରାହୁଲ ସରକାରଙ୍କୁ ଟାର୍ଗେଟ କରିଥିଲେ । ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା କି, ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ ସରକାରଙ୍କ ନିକଟରେ କୌଣସି ତଥ୍ୟ ଉପଲବ୍ଧ ନାହିଁ ତେଣୁ କ୍ଷତିପୂରଣ ଦିଆଯିବ ନାହିଁ । ଏହାକୁ ଟାର୍ଗେଟ କରି ରାହୁଲ ହିନ୍ଦିରେ ଟ୍ୱିଟ କରିଥିଲେ । ମୋଦି ସରକାର ଗଣିବା ଭୁଲି ଯାଇଛନ୍ତି, ତେଣୁ କେହିବି ମରି ନାହାନ୍ତି । ଲକଡାଉନ ସମୟରେ କେତେ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି ଏବଂ କେତେ ଲୋକ ଚାକିରି ହରାଇଛନ୍ତି ଏହାର କୌଣସି ହିସାବ ସରକାରଙ୍କ ନିକଟରେ ନାହିଁ । ମାତ୍ର ସବୁଠାରୁ ଦୁଃଖଦାୟକ ଜିନିଷ ହେଉଛି କି ସରକାରଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିନାହିଁ ।