ବଲିଉଡ୍‌କୁ ବଦନାମ କରିବା ପାଇଁ ଚାଲିଛି ଷଡଯନ୍ତ୍ର : ଜୟା ବଚ୍ଚନ

ବଲିଉଡ୍‌କୁ ବଦନାମ କରିବା ପାଇଁ ଚାଲିଛି ଷଡଯନ୍ତ୍ର : ଜୟା ବଚ୍ଚନ

ବଲିଉଡ୍‌କୁ ବଦନାମ କରିବା ପାଇଁ ଚାଲିଛି ଷଡଯନ୍ତ୍ର : ଜୟା ବଚ୍ଚନ
ନୂଆଦିଲ୍ଲୀ : ଡଗ୍ସ୍‌ କାରବାର ନେଇ ବଲିଉଡ୍‌କୁ ବଦନାମ କରାଯିବାର ଯୋଜନା କରାଯାଉଛି ବୋଲି କହିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ । ଆଜି ସଂସଦର ଦ୍ବିତୀୟ ଦିନରେ ଜୟା ବଚ୍ଚନ ବଲିଉଡ୍‌ରେ ଡ୍ରଗ୍ସ କାରବାରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ମନୋରଞ୍ଜନ ଶିଳ୍ପ ପ୍ରତିଦିନ ୫ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଇ ଦେଇଥାଏ। ଏପରିସ୍ଥଳେ ଏହାକୁ ବଦନାମ୍‌ କରାଯିବା ଅନୁଚିତ ବୋଲି ରାଜ୍ୟସଭାରେ ଏମ୍‌ପି ଜୟା ବଚ୍ଚନ କହିଛନ୍ତି। ସୋସିଆଲ୍‌ ମିଡ଼ିଆରେ ଏନେଇ ବହୁ ଅପପ୍ରଚାର କରାଯାଉଛି। ଏଭଳି କାର୍ୟ୍ୟ ଜାରି ରହିଥିଲେ ମଧ୍ୟ ବଲିଉଡ୍‌କୁ ସରକାରଙ୍କ ସମର୍ଥନ ମିଳିପାରୁ ନ ଥବା ଜୟା ଅଭିଯୋଗ କରିଛନ୍ତି। ଜଣଙ୍କ ଲାଗି ପୂରା ବଲିଉଡ୍‌କୁ ବଦନାମ କରିବା ଠିକ୍‌ ନୁହେଁ ବୋଲି କହିଛନ୍ତି ଜୟା ବଚ୍ଚନ । ସେହିପରି ଏହି ଇଣ୍ଡଷ୍ଟ୍ରିରେ କିଛି ଲୋକ ଅଛନ୍ତି ଯେଉଁମାନେ ସବୁଠୁ ଅଧିକ ଟିକସ ଦେଉଛନ୍ତି । କରୋନା ପାଇଁ ଦେଶର ଆର୍ଥିକ ସ୍ଥିତି ଏବେ ଠିକ୍‌ ନାହିଁ । ଏହି ପ୍ରସଙ୍ଗରୁ ଧ୍ୟାନ ହଟାଇବା ଲାଗି ବଲିଉଡକୁ ଟାର୍ଗେଟ୍‌ କରାଯାଉଛି ବୋଲି କହିଛନ୍ତି ଜୟା ବଚ୍ଚନ ।