ସ୍ବଳ୍ପକାଳୀନ ମୁଖ୍ୟମନ୍ତ୍ରୀ ଫଡନବିସ
ସ୍ବଳ୍ପକାଳୀନ ମୁଖ୍ୟମନ୍ତ୍ରୀ ଫଡନବିସ
admin
Nov 27, 2019 - 10:07
Updated: Nov 27, 2019 - 10:07
ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିବାର ତିନି ଦିନ ପରେ ନିଜ ପଦରୁ ଇସ୍ତଫା ଦେଇଥିବା ବିଜେପି ନେତା ଦେବେନ୍ଦ୍ର ଫଡନବିସଙ୍କ ନାମ ଦେଶର ସ୍ବଳ୍ପକାଳୀନ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ସାମିଲ ହୋଇଯାଇଛି। ଏହି ତାଲିକାରେ ଥିବା ଅନ୍ୟ ନେତାମାନେ ହେଲେ ଉତ୍ତର ପ୍ରଦେଶରର ଜଗଦମ୍ବିକା ପାଲ। ସେ ୧୯୯୮ରେ ଫେବୃଆରୀ ୨୧ରୁ ୨୩ ପର୍ୟ୍ୟନ୍ତ ମାତ୍ର ତିନିଦିନ ମୁଖ୍ୟମନ୍ତ୍ରୀ ଥିଲେ।
ସେହିଭଳି କର୍ଣ୍ଣାଟକରେ ସମ୍ପ୍ରତି ମୁଖ୍ୟମନ୍ତ୍ରୀ ଥିବା ବିଜେପିର ବରିଷ୍ଠ ନେତା ବି.ଏସ. ୟେଦୁରପ୍ପା ୨୦୧୮ ମେ’ ୧୭ରୁ ୧୯ ପର୍ୟ୍ୟନ୍ତ (ତିନି ଦିନ) ମୁଖ୍ୟମନ୍ତ୍ରୀ ରହିବା ପରେ ଆସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଥିଲେ। ୧୯୬୮ ଜାନୁଆରୀ ୨୮ରୁ ଫେବୃଆରୀ ୧ (୫ ଦିନ) ପାଇଁ ବିହାରର ଅନ୍ତରୀଣ ମୁଖ୍ୟମନ୍ତ୍ରୀ ଥିଲେ ସତୀଶ ପ୍ରସାଦ ସିଂହ। ଓମ ପ୍ରକାଶ ଚୌତାଲା ହରିୟାଣାରେ ମାତ୍ର ୬ ଦିନ (୧୯୯୦ ଜୁଲାଇ ୧୨ରୁ ୧୭) ଏବଂ ୨୦୦୦ରେ ଜେଡିୟୁ ମୁଖ୍ୟ ନୀତୀଶ କୁମାର ବିହାରରେ ୮ ଦିନ (୨୦୦୦ ମାର୍ଚ୍ଚ ୩-୧୦)ମୁଖ୍ୟମନ୍ତ୍ରୀ ଥିଲେ।