ଭାଇ ହେଲା ଭଗାରୀ : ଦୁଇ ବଡ଼ ଭାଇ ମିଶି ସାନ ଭାଇକୁ ମାରିଦେଲେ

ଭାଇ ହେଲା ଭଗାରୀ : ଦୁଇ ବଡ଼ ଭାଇ ମିଶି ସାନ ଭାଇକୁ ମାରିଦେଲେ

ଭାଇ ହେଲା ଭଗାରୀ : ଦୁଇ ବଡ଼ ଭାଇ ମିଶି ସାନ ଭାଇକୁ ମାରିଦେଲେ
ବୌଦ୍ଧ: ଭାଇ ହେଲା ଭଗାରୀ । ଦୁଇ ବଡ଼ ଭାଇ ମିଶି ସାନ ଭାଇକୁ ହତ୍ୟା କରିବା ଭଳି ଜଘନ୍ୟ କାଣ୍ଡ ଘଟିଛି । ରାତିରେ ବୌଦ୍ଧ ଜିଲ୍ଲା ବାଉଶୁଣି ଥାନା ଗୋଛପଡ଼ା ପଞ୍ଚାୟତର ମଲିକପଡ଼ା ଗ୍ରାମରେ ପାରିବାରିକ କଳହକୁ ନେଇ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି । ଦୁଇ ବଡ଼ ଭାଇ ମିଶି ସାନ ଭାଇକୁ ହତ୍ୟା କରିବା ପରେ ଘର ଆଗରେ ଥିବା ଏକ ବିଲରେ କିରାସିନି ଢ଼ାଳି ଦେଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ, ମଳିକପଡ଼ା ଗ୍ରାମର ସନ୍ତୋଷ ଜାନୀ (୩୨) ଓଏସଏପି କନେଷ୍ଟବଳ ଭାବେ ଚାକିରି କରୁଥିଲେ । ରବିବାର ରାତିରେ ବଡ଼ ଭାଇ ସାର୍ତ୍ତିକ (୪୦) ଓ ମଝିଆ ଭାଇ ପ୍ରଶାନ୍ତ ଜାନୀ (୩୬)ଙ୍କ ସହ ପାରିବାରିକ କଳହକୁ କେନ୍ଦ୍ର କରି ତାଙ୍କର ଝଗଡ଼ା ହୋଇଥିଲା । ଉଭୟ ବଡ଼ ଭାଇ ସାର୍ତ୍ତିକ ଓ ମଝିଆ ଭାଇ ପ୍ରଶାନ୍ତ ମିଶି ସାନ ଭାଇ ସନ୍ତୋଷକୁ କାଠ ଫାଳିଆରେ ପ୍ରବଳ ପିଟିଥିଲେ । ଏଥିରେ ସନ୍ତୋଷଙ୍କ ମୃତୁ୍ୟ ଘଟିଥିଲା । ମୃତୁ୍ୟ ପରେ ଶବ ଘୋଷାଡ଼ି ନେଇ ଘର ଘର ସମ୍ମୁଖରେ ଥିବା ବିଲରେ କିରାସିନି ଓ କାଠ ସାହାଯ୍ୟରେ ପୋଡ଼ି ଦେଇଥିଲେ । ଘଟଣା ବିଷୟରେ ଖବର ପାଇ ବାଉଁଶୁଣି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦରପୋଡ଼ା ଶବ ଓ ପାଉଁଶ ଜବତ କରି ଘଟଣାର ତଦନ୍ତ ଜାରି ରହିଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ ।