ଓଡ଼ିଶାର ଚାଷୀମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଓଡ଼ିଶାର ଚାଷୀମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଓଡ଼ିଶାର ଚାଷୀମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ଓଡ଼ିଶାର ଚାଷୀମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ୍‌-କିଷାନ)ରେ ପଞ୍ଜିକୃତ ୪୦ ଲକ୍ଷ ୫୦ ହଜାର ଓଡ଼ିଶାର ଚାଷୀ ଯେପରି ଏହି ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇପାରିବେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି, ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍‌ କିଷାନ ନିଧି ଯୋଜନା ଅନ୍ତର୍ଗତ ଦେଶବ୍ୟାପୀ ପଞ୍ଜିକୃତ ହୋଇଥିବା ସାଢ଼େ ୭ କୋଟି ଚାଷୀଙ୍କୁ ସପ୍ତମ କିସ୍ତିରେ ୧୯ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । ବିଭାଗୀୟ ତଥ୍ୟ ଅନୁସାରେ ଓଡ଼ିଶାରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅନ୍ତର୍ଗତ ଓଡ଼ିଶାର ୪୦.୫ ଲକ୍ଷ ଚାଷୀ ଅନ୍ତର୍ଭୁକ୍ତ ଅଛନ୍ତି । କିନ୍ତୁ ସପ୍ତମ କିସ୍ତିରେ ଓଡ଼ିଶାର ୨୪.୭ ଲକ୍ଷ ଚାଷୀ ୨ ହଜାର ଟଙ୍କା ଲେଖାଏଁ ଏହି ଯୋଜନାରେ ପାଇଥିଲେ । ଏଭଳି ଘଟଣା ପ୍ରଥମ ଥର ନୁହେଁ ବରଂ ପୂର୍ବ ତଥା ଷଷ୍ଠ କିସ୍ତିରେ ମଧ୍ୟ ଅନୁରୂପ ଭାବରେ କମ୍‌ ଚାଷୀ ଏହି ଯୋଜନାର ଲାଭ ପାଉଥିବା ଓ କିଛି ଚାଷୀ ବଞ୍ଚିତ ହେଉଥିବାର ଦେଖାଯାଉଛି । ପଞ୍ଜିକୃତ ୪୦.୫ ଲକ୍ଷ ଚାଷୀ ମଧ୍ୟରୁ ପିଏମ୍‌ କିଷାନ ଯୋଜନାର ପ୍ରଥମ କିସ୍ତିରେ ଓଡ଼ିଶାର ମାତ୍ର ୯.୭୩ ଲକ୍ଷ ଚାଷୀ ପ୍ରଥମ କିସ୍ତି ପାଇଥିଲେ ଯାହା ପଞ୍ଜିକୃତଙ୍କ ୨୪ ପ୍ରତିଶତ । ସେହିପରି ଦ୍ୱିତୀୟ କିସ୍ତିରେ ୨୯.୯୨ ଲକ୍ଷ ଅର୍ଥାତ୍‌ ପଞ୍ଜିକୃତଙ୍କ ୭୪ ପ୍ରତିଶତ, ତୃତୀୟ କିସ୍ତିରେ ୨୮.୭୭ ଲକ୍ଷ ତଥା ୭୧ ପ୍ରତିଶତ, ଚତୁର୍ଥ କିସ୍ତିରେ ୨୫.୬୧ ଲକ୍ଷ ଅର୍ଥାତ୍‌ ପଞ୍ଜୀକରଣର ୬୩ ପ୍ରତିଶତ ଚାଷୀ କେବଳ ପିଏମ୍‌ ଯୋଜନାରେ ବ୍ୟାଙ୍କ ଖାତାରେ ଟଙ୍କା ପାଇଛନ୍ତି । ଅନୁରୂପ ଭାବେ ୫ମ କିସ୍ତିରେ ୨୧.୫୫ ଲକ୍ଷ ଚାଷୀ ଅର୍ଥାତ୍‌ ୫୩ ପ୍ରତିଶତ, ଷଷ୍ଠ କିସ୍ତିରେ ୨୩.୩୮ ଲକ୍ଷ ତଥା ୫୮ ପ୍ରତିଶତ ଓ ସପ୍ତମ କିସ୍ତିର ଲାଭ ମାତ୍ର ୬୧ ପ୍ରତିଶତ ଅର୍ଥାତ୍‌ ୨୪.୭୦ ଲକ୍ଷ ଚାଷୀ ଲାଭ ପାଇଛନ୍ତି । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି, ଓଡ଼ିଶାର ଚାଷୀ ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ । ରାଜ୍ୟର ଜନସଂଖ୍ୟାର ଦୁଇ ତୃତୀୟାଂଶ ଚାଷୀ ଜିଡିପିର ଏକ ପଞ୍ଚମାଂଶ ଯୋଗଦାନ ରଖୁଛନ୍ତି । ଚାଷୀ ବିଶେଷ ଭାବରେ କ୍ଷୁଦ୍ର ଏବଂ ମଧ୍ୟମ ଚାଷୀଙ୍କ ଆୟକୁ ଦ୍ୱିଗୁଣ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତାରେ ରହିଛି । ଭାରତ ସରକାର ଗତ ୬ ବର୍ଷରେ ଅନ୍ନଦାତାଙ୍କୁ ଆର୍ଥିକ ସମ୍ପନ୍ନ କରିବା ଦିଗରେ ଅନେକ ବଡ଼ ପ୍ରଭାବ ପକାଉଥିବା ପଦକ୍ଷେପ ଏବଂ ସଂସ୍କାର ଅଣାଯାଇଛି ଏବଂ ପ୍ରଧାନମନ୍ତ୍ରୀ କିଷାନ୍‌ ଯୋଜନା ଏହା ମଧ୍ୟରୁ ଅନ୍ୟତମ ।ଶାର ଚାଷୀମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ପିଏମ୍‌ କିଷାନର ନିର୍ଦ୍ଦେଶାବଳୀର ଅନୁପାଳନକୁ ତୁରନ୍ତ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପର ଆବଶ୍ୟକତା ରହିଛି । ଓଡ଼ିଶାର ଚାଷୀଙ୍କୁ ପିଏମ୍‌ କିଷାନ ଯୋଜନାରେ ସଠିକ୍‌ ଲାଭ ନମିଳିବା ଏବଂ ବିଶେଷ ଭାବରେ କୋଭିଡ୍‌-୧୯ ଯୋଗୁଁ ପ୍ରଭାବିତ ସମୟରେ ଯେତେବେଳେ ସରକାରୀ ସହୟତା ଚାଷୀଙ୍କୁ ଦରକାର ଥିଲା ସେହି ସମୟରେ ଚାଷୀଙ୍କୁ ପିଏମ୍‌ କିଷାନ ଟଙ୍କାରୁ ବଂଚିତ କରିବା ଦୁଃଖଦାୟକ ବୋଲି ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ।