ଭସାଣିରେ ବାର୍, ମଦ ଦୋକାନ ବନ୍ଦ
ଭସାଣିରେ ବାର୍, ମଦ ଦୋକାନ ବନ୍ଦ

ଭୁବନେଶ୍ୱର: ଭସାଣିରେ ଭୁବନେଶ୍ୱର କମିଶନରେଟ ପୋଲିସ ଅଞ୍ଚଳରେ ଥିବା ୧୮୭ଟି ମଦ ଓ ବାର୍ଗୁଡ଼ିକୁ ବନ୍ଦ ରଖାଯିବା ନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୧୬ତାରିଖରେ ହେବାକୁ ଥିବା ଭସାଣି ଉତ୍ସବକୁ ନିରାଡ଼ମ୍ବର ଏବଂ କୋଭିଡ୍ ଗାଇଡ୍ଲାଇନ ମୁତାବକ ପାଳନ କରିବାକୁ ପୂଜା କମିଟି ଗୁଡ଼ିକୁ କୁହାଯାଇଛି । ମଦ ଦୋକାନ ଖୋଲା ରହିଲେ କେଉଁଠି ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କା ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଅବକାରୀ ବିଭାଗ ଇନ୍ସପେକ୍ଟର ବିକାଶ ନାୟକ କହିଛନ୍ତି ।
ପୂର୍ବରୁ କରୋନା ଗାଇଡଲାଇନ ଉଲ୍ଲଂଘନ ହେବା ଆଶଙ୍କାରେ ରାଜ୍ୟ ସରକାର ମୂର୍ତ୍ତି ଗୁଡିକର ଉଚ୍ଚତାକୁ ୪ ଫୁଟ ରଖିବାକୁ ନିଷ୍ପତ୍ତି ନେଇଥିଲେ । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ନିଜର ନିଷ୍ପତ୍ତରେ ଅଟଳ ରହିଥିଲେ । ଏହା ପରେ ଘଟଣା ପହଞ୍ଚିଥିଲା ହାଇକୋର୍ଟଙ୍କ ନିକଟରେ । ତେବେ ସାରକାରଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ କୋର୍ଟ ମନା କରିଦେଇଥିଲେ।