ଭିଜିଲାନ୍ସ ଜାଲରେ ଏସିଏଫ୍ ରେବତୀ

ଭିଜିଲାନ୍ସ ଜାଲରେ ଏସିଏଫ୍ ରେବତୀ

ଆୟ ବର୍ହିଭୁତ ସଂପତ୍ତି ଠୁଲ ଅଭିଯୋଗରେ ଓଡିଶା ଭିଜିଲାନ୍ସ ପକ୍ଷରୁ ହିରାକୁଦ ବନ୍ୟପ୍ରାଣୀ ଡ଼ିଭିଜନର ଏସିଏଫ ରେବତି ରମଣ ଯୋଶୀ । ସମ୍ବଲପୁର ସ୍ଥିତ କାର୍ଯ୍ୟାଳୟ ସମେତ ବରଗଡ଼ ଜିଲ୍ଲାକୁ ମିଶାଇ ମୋଟ 9 ଗୋଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି l ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଶୁକ୍ରବାର ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଏସସିଏଫଙ୍କ ସମ୍ବଲପୁର ଓ ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକ କାଳୀନ ଚଢ଼ାଉ କରାଯାଇଛି । ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଙ୍କ ଠାରୁ ଅନୁମତି ନିଆଯାଇ ଏହି ଚଢ଼ାଉ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଭିଜିଲାନ୍ସ ପକ୍ଷରୁ 3 ଜଣ ଡିଏସପି 10 ଜଣ ଇନ୍ସପେକ୍ଟର ଙ୍କ ସମେତ ବହୁ ଭିଜିଲାନ୍ସ କର୍ମଚାରୀ ଏହି ଚଢ଼ାଉ ରେ ସାମିଲ ରହିଛନ୍ତି  l ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ହିରାକୁଦ ବନ୍ୟପ୍ରାଣୀ ଡ଼ିଭିଜନର ସମ୍ବଲପୁରର ଏସିଏଫ ରେବତି ରମଣ ଯୋଶୀଙ୍କ ନାମରେ ଆୟ ଠାରୁ ଅଧିକ ସମ୍ପତି ଠୁଲ କରିଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ତେବେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ସମ୍ବଲପୁର ଡିୟର ପାର୍କ ଠାରେ ଥିବା ଏସସିଏଫ ଙ୍କ ସରକାରୀ ବାସଭବନ, ସମ୍ବଲପୁର ଠାରେ ଥିବା କାର୍ଯ୍ୟାଳୟ, ଅଇଁଠାପାଲି ଠାରେ ଥିବା ତିନି ମହିଳା କୋଠା, ସମ୍ବଲପୂର ଚର୍ଚ୍ଚ ଛକ ଓ ଫାର୍ମରୋଡ଼ରେ ଥିବା ତାଙ୍କର 3 ଗୋଟି ଫ୍ଲାଟ,ମାଲିପାଲି ଠାରେ ଥିବା ତାଙ୍କର ବ୍ୟବସାୟୀକ କୋଠା, ବରଗଡ଼ ଜିଲ୍ଲାର ପଦ୍ମପୁର ଠାରେ ଥିବା କୋଠା,ବିଜେପୁର ବଳଣ୍ଡା ଠାରେ ତାଙ୍କର ପୈତୃକ ଘର ଏକ କାଳୀନ ଭାବରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଥିବା ନେଇ ସୂଚନା ମିଳିଛି  l