ବୈଜ୍ଞାନିକଙ୍କୁ ବୈଦିକ ଗଣିତ ପଢ଼ାଇଲେ ଶଙ୍କରାଚାର୍ଯ୍ୟ ।

ବୈଜ୍ଞାନିକଙ୍କୁ ବୈଦିକ ଗଣିତ ପଢ଼ାଇଲେ ଶଙ୍କରାଚାର୍ଯ୍ୟ ।

ବୈଜ୍ଞାନିକଙ୍କୁ ବୈଦିକ ଗଣିତ ପଢ଼ାଇଲେ ଶଙ୍କରାଚାର୍ଯ୍ୟ ।
ପୁରୀ: ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରାୟନ’ ରେ ସାମିଲ ବୈଜ୍ଞାନିକମାନଙ୍କୁ ବୈଦିକ ଗଣିତ ପରାମର୍ଶ ଦେଇ ଚର୍ଚ୍ଚାରେ ରହିଥିବା ପୁରୀ ଗୋବର୍ଦ୍ଧନ ପୀଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଗୋବର୍ଦ୍ଧନ ପୀଠରେ ଗତ ୧୪ ତାରିଖରୁ ଚାଲିଥିବା ରାଷ୍ଟ୍ରୀୟ ବିଜ୍ଞାନ ସଂଗୋଷ୍ଠୀ କାର୍ଯ୍ୟକ୍ରମରେ ଦେଶବିଦେଶର ବୈଜ୍ଞାନିକମାନଙ୍କୁ ଶଙ୍କରାଚାର୍ଯ୍ୟ ଅନଲାଇନରେ ବୈଦିକ ଗଣିତ ପଢ଼ାଉଛନ୍ତି । ବିଜ୍ଞାନର ଉତ୍ପତ୍ତି, ରୋଗ ନିରାକରଣ, ବିଜ୍ଞାନର ଆବଶ୍ୟକତା ଓ ଆଧ୍ୟାତ୍ମିକ ଚେତନା ଓ ବୈଦିକ ଗଣିତ ସମ୍ପର୍କରେ ଶିକ୍ଷା ଦେଉଛନ୍ତି । ଦେଶ ବିଦେଶରେ ବୈଜ୍ଞାନିକମାନେ ଭିଡିଓ କନଫରେନ୍ସିଂରେ ନିଜର ଭାବ ବ୍ୟକ୍ତ କରିଥିଲେ । ଶଙ୍କରାଚାର୍ଯ୍ୟ ସେମାନଙ୍କୁ ଶିକ୍ଷା ପ୍ରଦାନ କରିଥିଲେ । ଏବେ ମାନବ ସମାଜ ବିକାଶ ନାମରେ ପ୍ରକୃତି ଉପରେ କରୁଥିବା ଅତ୍ୟାଚାର ଫଳ ଭୋଗୁଛି । ପ୍ରକୃତି ଉପରେ ଅତ୍ୟାଚାର ଯୋଗୁଁ କରୋନା ଭଳି ମହାମାରୀ ବ୍ୟାପୁଛି । ବେଦ, ଶାସ୍ତ୍ର, ଉପନିଷଦ ସହିିତ ବିଜ୍ଞାନର ଘୋର ସାମଞ୍ଜସ୍ୟ ରହିଛି । ଏହି ବିଜ୍ଞାନ ସଂଗୋଷ୍ଠୀ କାର୍ଯ୍ୟକ୍ରମରେ ଇସ୍ରୋ ଓ ଡିଆରଡିଓର ବୈଜ୍ଞାନିକମାନେ ଭିଡିଓ କନଫରେନ୍ସିଂରେ ଶିକ୍ଷା ନେଉଥିଲେ ।