ପୁଣି ଲଜ୍ଜ୍ୟା, ୩ ବର୍ଷର ଶିଶୁକୁ ଦୁଷ୍କର୍ମ କଲା ସମ୍ପର୍କୀୟ ମାମୁଁ ।

ପୁଣି ଲଜ୍ଜ୍ୟା, ୩ ବର୍ଷର ଶିଶୁକୁ ଦୁଷ୍କର୍ମ କଲା ସମ୍ପର୍କୀୟ ମାମୁଁ ।

ପୁଣି ଲଜ୍ଜ୍ୟା, ୩ ବର୍ଷର ଶିଶୁକୁ ଦୁଷ୍କର୍ମ କଲା ସମ୍ପର୍କୀୟ ମାମୁଁ ।
ବଡ଼ବିଲ: କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଝାଡ଼ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଦୋଳି ଖେଳିବାକୁ ଆମ୍ବତୋଟାକୁ ଯାଇଥିବା ଜଣେ ୩ ବର୍ଷର ଶିଶୁ କନ୍ୟା ଦୁଷ୍କର୍ମର ଶିକାର ହୋଇଛି । ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପବିତ୍ର ନାୟକକୁ ଗିରଫ କରିଛି । ପୁଲିସ ସୂଚନା ଅନୁସାରେ ୧୩ ତାରିଖରେ ଗାଁ ପାଖ ଆମ୍ବତୋଟାକୁ ଶିଶୁକନ୍ୟା ଜଣକ ଦୋଳି ଖେଳିବାକୁ ଯାଇଥିଲେ । ଏହି ସମୟରେ ସମ୍ପର୍କୀୟ ମାମୁଁ ପବିତ୍ର ତାକୁ କୁରୁକୁରେ ପ୍ୟାକେଟ ଦେଇ ଘରକୁ ଡାକି ନେଇ ଦୁଷ୍କର୍ମ କରିଥିଲା । ଶିଶୁଟି କାନ୍ଦି କାନ୍ଦି ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିଥିଲେ । ପରେ ଝିଅକୁ ନେଇ ଦୋଳି ଲାଗିଥିବା ସ୍ଥାନକୁ ଯାଇଥିଲେ । ଶିଶୁକନ୍ୟାଟି ପବିତ୍ରର ଘରକୁ ଦେଖାଇବା ସହ କାନ୍ଦିଥିଲା । ଏ ନେଇ ଶିଶୁକନ୍ୟାର ମା’୧୪ ତାରିଖରେ ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ । ଅନ୍ୟ ପକ୍ଷରେ ଘଟଣା ଦିନଠାରୁ ଅଭିଯୁକ୍ତ ଫେରାର ଥିଲା । ପୁଲିସ ଶିଶୁ କନ୍ୟାର ଡାକ୍ତରୀମାଇନା କରିବା ସହ କେସ ନମ୍ବର ୮୨/୨୦ ଦଫା ୩୭୬, ୩୭୭ ଆଇପିସି ଓ ୬ ପୋକ୍ସୋ ଆଇନରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ ମଧ୍ୟ ତାର ପତ୍ତା ପାଇନଥିଲା । ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ପୁଲିସ ଅଭିଯୁକ୍ତ ପବିତ୍ରକୁ ଭଦ୍ରାସାହି ନିକଟ ଟଣ୍ଟୋ ଉଡ଼ାଜାହାଜ ପଡ଼ିଆ ନିକଟରୁ ଗିରଫ କରିଛି । ତାକୁ କୋର୍ଟ ଚାଲାଣ କରାଯିବ ବୋଲି ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ କହିଛନ୍ତି ।