ବୌଦ୍ଧି ଏନ୍ଏସି ନିର୍ବାଚନ ଲାଗି କଂଗ୍ରେସର ଘୋଷଣାପତ୍ର ଉନ୍ମୋଚିତ
ବୌଦ୍ଧି ଏନ୍ଏସି ନିର୍ବାଚନ ଲାଗି କଂଗ୍ରେସର ଘୋଷଣାପତ୍ର ଉନ୍ମୋଚିତ
ବୌଦ୍ଧ: ରାଜ୍ୟରେ ପୌର ପରିଷଦ ନିର୍ବାଚନର ମାହୋଲ ଏବେ ଜମିବାରେ ଲାଗିଛି। ତିନି ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ, ବିଜେପି ଓ ବିଜେଡି ପକ୍ଷରୁ ପ୍ରଚାର ଜୋରଦାର କରାଯାଇଛି। ନେତାମାନେ ଘର ଘର ବୁଲି ଲୋକଙ୍କୁ ବିଭିନ୍ନ ପ୍ରତିଶ୍ରୁତିମାନ ଦେଉଛନ୍ତି। ଏହା ମଧ୍ୟରେ ବୌଦ୍ଧ ଏନ୍ଏସି ନିର୍ବାଚନ ଲାଗି କଂଗ୍ରେସ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ପ୍ରାର୍ଥୀମାନଙ୍କୁ ବିଜୟୀ କରାଇବା ଲାଗି କଂଗ୍ରେସ ନେତାମାନେ ୱାର୍ଡ ୱାର୍ଡ ବୁଲି ପ୍ରଚାର କରୁଛନ୍ତି। ବୌଦ୍ଧ ଏନ୍ଏସିର ବିକାଶ ଓ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ଲାଗି ଜିଲ୍ଲା କଂଗ୍ରେସ ପକ୍ଷରୁ ଘୋଷଣାପତ୍ର ଉନ୍ମୋଚନ କରାଯାଇଛି। ଗତକାଲି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବକୁମାର ମିଶ୍ର ଏହି ଘୋଷଣାପତ୍ର ଉନ୍ମୋଚନ କରିଛନ୍ତି। ଏଥିରେ ସହରର ବିକାଶ ଓ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ନେଇ ଅନେକ ପ୍ରତିଶ୍ରୁତି ଦିଆଯାଇଛି। କଂଗ୍ରେସ ଏନ୍ଏସି ନିର୍ବାଚନ ଜିତିରେ ସହରର ରାସ୍ତାଘାଟ, ଆଲୋକ ଓ ପାଣି ସମସ୍ୟାକୁ ଦୂର କରାଯିବ। ଲୋକଙ୍କୁ ସେମାନଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ କଂଗ୍ରେସ ସର୍ବଦା କାମ କରିବ ବୋଲି ଏଥିରେ କୁହାଯାଇଛି।
ଘୋଷଣାପତ୍ର ଉନ୍ମୋଚନ ବେଳେ ଏନଏସି ଅଧ୍ୟକ୍ଷ ପ୍ରାର୍ଥୀ ଗଣେଶ ପ୍ରସାଦ ଅଗ୍ରୱାଲା ଜି, ରାଜୀବ ଗାନ୍ଧୀ ପଞ୍ଚାୟତ ଜିଲ୍ଲା ସଂଯୋଜକ
ସମରେନ୍ଦ୍ର ମହାକୁଡ ଓ ବରିଷ୍ଠ ଜିଲ୍ଲା ତଥା ବ୍ଲକ ସ୍ତରର ନେତାମାନେ ଯୋଗଦାନ ଦେଈଥିଲେ। ଏହି ଅବସରରେ କଂଗ୍ରେସ ସଭ୍ୟ ସଂଗ୍ରହ ଅଭିଯାନ ର ଶୁଭାରମ୍ଭ କରାଯାଇଥିଲା।




admin 