ବୃଦ୍ଧଙ୍କୁ ନିର୍ମମ ହତ୍ୟା

ବୃଦ୍ଧଙ୍କୁ ନିର୍ମମ ହତ୍ୟା

ବୃଦ୍ଧଙ୍କୁ ନିର୍ମମ ହତ୍ୟା
ସୁନ୍ଦରଗଡ଼: ସମ୍ବଲପୁର ଜିଲ୍ଲା ସୀମାନ୍ତ ସୁନ୍ଦରଗଡ଼ ଧାରୁଆଡିହି ଥାନା ଅନ୍ତର୍ଗତ କୁଅଁରମାଲ ଗାଁରେ ବୁଧବାର ଅପରାହ୍ନରେ ପ୍ରାୟ ୪ଟାରେ ଜଣେ ବୃଦ୍ଧଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମୃତକ ହେଲେ ତୁଲାରାମ ନାଏକ (୬୭) । ପୁଲିସ ସୂଚନା ଅନୁଯାୟୀ କୁଅଁରମାଲ ଗ୍ରାମର ତୁଲାରାମ ବୁଧବାର ଅପରାହ୍ନରେ ନିଜ ଘରକୁ ଲାଗି ଥିବା ଖାଲି ଜାଗାରେ କିଛି ଭଙ୍ଗା ଇଟା ଦେଇ ଛୋଟିଆ ବାଡ଼ ତିଆରି କରୁଥିଲେ । ତାଙ୍କ ସହ ରହୁଥିବା ବିଧବା ସାନ ଭଉଣୀ ସୁକାନ୍ତ (୬୦) ତାଙ୍କ ପାଇଁ ପିଇବା ପାଈି ଧରି ଆସୁଥିବା ବେଳେ ପଡେ଼ାଶୀ ଦୁବରାଜ ପ୍ରଧାନ (୫୦) ଏକ ଫାର୍ସା ରେ ତୁଲାରାମଙ୍କୁ ଅତର୍କିତ ଭାବେ ୩-୪ ଚୋଟ ପକାଇଥିଲେ । ଏଥିରେ ବୃଦ୍ଧ ଜଣକସେହି ଜାଗାରେ ହିଁ ଟଳି ପଡିଥିଲେ । ପୁଲିସ ଅଭିଯୁକ୍ତ କୁହାଯାଉଥିବା ଦୁବରାଜଙ୍କୁ ତାଙ୍କ ଘରୁ କାବୁ କରିଥିଲା । ମୃତକଙ୍କ ପୁଅ ରଞ୍ଜନଙ୍କ ଏତଲାକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଛି ।