ବିଶ୍ଵରେ ୨ ଲକ୍ଷ ଟପିଲା ମୃତ୍ୟୁ ସଂଖ୍ୟା ।

ବିଶ୍ଵରେ ୨ ଲକ୍ଷ ଟପିଲା ମୃତ୍ୟୁ ସଂଖ୍ୟା ।

ବିଶ୍ଵରେ ୨ ଲକ୍ଷ ଟପିଲା ମୃତ୍ୟୁ ସଂଖ୍ୟା ।
ମାରାତ୍ମକ ମହାମାରୀ ବିଶ୍ଵର ସମସ୍ତ ଦେଶରେ ତାର କାୟା ବିସ୍ତାରା କରିଚାଲିଛି । ସମଗ୍ର ବିଶ୍ଵରେ ମହାମାରୀ କୋରାନା ଜନିତ ମୃତ୍ୟୁ ସଂଖ୍ୟା ଦୁଇ ଲକ୍ଷ ଅତିକ୍ରମ କରିଛି । ଏଥିରେ ବିଶ୍ଵର ଶକ୍ତିଶାଳୀ ରାଷ୍ଟ୍ରମାନେ ମଧ୍ୟ ଏହି ଅଦୃଶ୍ୟ ମହାମାରୀକୁ ପ୍ରତିହତ କରିବାରେ ବିଫଳ ହେଉଛନ୍ତି। ବିଶ୍ୱରେ ୨୯ ଲକ୍ଷ ୨୦ ହଜାର ୯୬୧ ଜଣ ସଂକ୍ରମିତ ହୋଇଛନ୍ତି । ଏଥିରୁ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩ ହଜାର ୨୭୨ ଜଣ । ୮ ଲକ୍ଷ ୩୬ ହଜାର ୯୪୧ ଜଣ ସୁସ୍ଥ ହୋଇଥିବା ବେଳେ ଗୁରୁତରଙ୍କ ସଂଖ୍ୟା ହେଉଛି ୫୭ ହଜାର ୮୬୪ ଜଣ । ଏହା ସହିତ ବିଶ୍ଵର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର କୁହାଯାଉଥିବା ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ସବୁଠୁ ଅଧିକ ରହିଛି । ଏଠାରେ ବର୍ତ୍ତମାନ ସୁଦ୍ଧା ଏହି ମହାମାରୀରେ ୫୪ ହଜାର ୨୬୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୯ ଲକ୍ଷ ୬୦ ହଜାର ୮୯୬ ଜଣ ଆକ୍ରାନ୍ତ ରହିଛନ୍ତି । ତେବେ ଆମେରିକାରେ ମୋଟ ୧ ଲକ୍ଷ ୧୮ ହଜାର ୧୬୨ ଜଣ ସୁସ୍ଥ ହୋଇଥିବା ବେଳେ ଜୀବନ ଓ ମୃତ୍ୟୁ ସହିତ ୧୫ ହଜାର ୧୧୦ ଜଣ ବ୍ୟକ୍ତି ଲଢେଇ କରୁଛନ୍ତି । ସ୍ପେନ- ୨ ଲକ୍ଷ ୨୩ ହଜାର ୭୫୯ ଜଣ ସଂକ୍ରମିତ ଥିବା ବେଳେ ୨୨ ହଜାର ୯୦୨ଙ୍କର ମୃତ୍ୟୁ । ଇଟାଲୀ-୧ ଲକ୍ଷ ୯୫ ହଜାର ୩୫୧ ଜଣ ସଂକ୍ରମିତ ଓ ୨୬ ହଜାର ୩୯୪ ଜଣ ମୃତ । ଫ୍ରାନ୍ସ-୧ ଲକ୍ଷ ୬୧ ହଜାର ୪୮୮ ଜଣ ସଂକ୍ରମିତ ଓ ୨୨ ହଜାର ୬୧୪ ଜଣ ମୃତ । ଜର୍ମାନୀ-୧ ଲକ୍ଷ ୫୬ ହଜାର ୫୧୩ ଜଣ ସଂକ୍ରମିତ ଓ ୫ ହଜାର ୮୭୭ ଜଣ ମୃତ । ବ୍ରିଟେନ-୧ ଲକ୍ଷ ୪୮ ହଜାର ୭୭୩ ସଂକ୍ରମିତ ଓ ୨୦ ହଜାର ୩୧୯ ଜଣ ମୃତ । ତୁର୍କୀ- ୧ ଲକ୍ଷ ୭ ହଜାର ୭୭୩ ଜଣ ସଂକ୍ରମିତ ଥିବା ବେଳେ ୨ ହଜାର ୭୦୬ ଜଣଙ୍କର ମୃତ୍ୟୁ ।